ଅର୍ଥବ୍ୟବସ୍ଥାରେ ଦ୍ରୁତ ସୁଧାରର ଲାଭ ଉଠାଇବା ପାଇଁ ଉଦ୍ୟୋଗ ଜଗତକୁ ରିସ୍କ ଉଠାଇବାକୁ ପଡିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଉଦ୍ୟୋଗ ଜଗତକୁ କହିଛନ୍ତି ଯେ, ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କୁ ନିବେଶ ଜରିଆରେ ପୁଞ୍ଜି ବଢାଇବା ଏବଂ ରୋଜଗାର ସୃଷ୍ଟି ଉପରେ ଜୋର ଦେବା ଉଚିତ୍। ଭାରତୀୟ ଉଦ୍ୟୋଗ ସଂଘ(ସିଆଇଆଇ)ର ବୈଶ୍ଵିକ ଆର୍ଥିକ ନୀତି ଶିଖର ସମ୍ମିଳନୀରେ ଅର୍ଥମନ୍ତ୍ରୀ କହିଛନ୍ତି, ଉଦ୍ୟୋଗଙ୍କୁ କିଛିଟା ରିସ୍କ ଉଠାଇ ଉଠୁଥିବା କ୍ଷେତ୍ରରେ ନିବେଶ କରିବା ଉଚିତ୍। ସେମାନଙ୍କୁ ଜ୍ଞାନ କୌଶଳ ଜରିଆରେ ନିଜର କ୍ଷମତା ବଢାଇବା ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିବା ଉପରେ ଜୋର ଦେବା ଉଚିତ୍। ଯାହା ଫଳରେ ଲୋକଙ୍କ ଆୟ ବଢିବା ସହିତ ଅର୍ଥବ୍ୟବସ୍ଥାରେ ସୁଧାର ଆସିବ। ସେ କହିଛନ୍ତି, ଭାରତ ନିକଟରେ ଦୁନିଆରେ ଫ୍ୟାକ୍ଟ୍ରି ସ୍ଥାପନ କରିବାର ସୁଯୋଗ ରହିଛି ଏବଂ ଉଦ୍ୟୋଗଙ୍କୁ ବିନିର୍ମାଣ କ୍ଷେତ୍ରରେ ଖୁବ୍ ନିବେଶ କରିବା ଉଚିତ୍। ଆମକୁ ଆତ୍ମ ନିର୍ଭର ହେବା ପାଇଁ ଆମଦାନୀ ନିର୍ଭରତା କମ କରିବାକୁ ପଡିବ। ଉଦ୍ୟୋଗ କ୍ଷେତ୍ରକୁ ବୁଝିବା ଉଚିତ୍ ଯେ, ନୂତନ ଭାରତ କଣ ଚାହୁଁଛି ଏବ ସେହି ଦିଗରେ ଆଗକୁ ବଢିବା ପାଇଁ କିଛିଟା ରିସ୍କ ଉଠାଇବାକୁ ପଡିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0