ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଧୀନସ୍ଥ ସୁନାକେରା ଗାଁ ରେ ରହିଛି ଠାକୁର ଶ୍ରୀ ଶ୍ରୀ ଗୋପାଳ ଦେବ ଜୀଉଙ୍କ ମନ୍ଦିର। ଠାକୁରଙ୍କ ଏହି ମନ୍ଦିର ଜାଗାକୁ ସେହି ଗ୍ରାମର ତିନୋଟି ପରିବାର ଆଜକୁ ୨୦ ବର୍ଷ ଧରି ଜବର ଦଖଲ କରି ସେଥିରେ ଗୃହ ନିର୍ମାଣ କରିବା ସହ ଭୋଗ ଦଖଲ କରି ଆସୁଥିଲେ । ଏହି ଘଟଣା କୁ କେନ୍ଦ୍ର କରି ଗାଁ ରେ ଚାପା ଉତେଜନା ଦେଖାଦେଇଥିଲା । ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଏହି ଜବର ଦଖଲ ଉଚ୍ଛେଦ କରିଛନ୍ତି । ଉଚ୍ଛେଦ ହୋଇଥିବା ଏହି ତିନି ପରିବାର ଯଦି ଭୂମିହୀନ ହୋଇଥିବେ ତେବେ ସେମାନଙ୍କୁ ଥଇଥାନ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0