spot_img

କାରଗିଲ ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ପୂର୍ବତନ ପାକିସ୍ଥାନ ପ୍ରଧାନମନ୍ତ୍ରୀ

ଲାହୋର: ପାକସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫ କାରଗିଲ ଯୁଦ୍ଧକୁ ନେଇ ଏକ ଟିପ୍ପଣୀ ଦେଇ ଏବେ ଚର୍ଚ୍ଚାରେ ଅଛନ୍ତି । କାରଗିଲ ଯୁଦ୍ଧ ସମୟରେ ପାକିସ୍ଥାନର ସୌନିକମାନେ ହିମାଳୟର ଏକ ଉଚ୍ଚ ଶିଖରକୁ ପହଁଞ୍ଚି ଯାଇଥିଲେ । ଏହା ଜାଣିବା ସର୍ତ୍ତେ ମଧ୍ୟ ପାକିସ୍ଥାନର ତ୍ତତକ୍ରାଳିନ ସେନା ପ୍ରମୁଖ ପରବେଜ ମୁଶରଫ କୌଣସି ପଦକ୍ଷେପ ନେଇନଥିଲେ । ଏପରି କରିବା ଦ୍ୱାରା ସୌନିକଙ୍କୁ ଖାଦ୍ୟ ତ ଦୂରର କଥା ସେମାନଙ୍କୁ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିନଥିଲା । ଅନ୍ୟପଟେ କିଛି ଜେନେରାଲ ନିଜର ଦୋଷ ଲୁଚେଇବାକୁ ଯାଇ ସେନାଙ୍କର ବଳି ଦେଇଥିଲେ । ଏହା ସହ ଦେଶକୁ ସମଗ୍ର ବିଶ୍ୱ ସମ୍ମୁଖରେ ବଦନାମ କରିଥିଲେ । ଏପରି ଏକ ଗରୁତ୍ୱପୁର୍ଣ୍ଣ ମନ୍ତବ୍ୟ ଦେଇ ଶରିଫ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular