ପୁରୀ : ଦୀର୍ଘ ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପବିତ୍ର ଦଶହରାରେ ଏହି ବେଶ ପାଇଁ ଅନୁକୂଳ କରାଯାଇଛି । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ହରଚଣ୍ଡୀ ସାହି ଚକ୍ରକୋଟରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହୋଇଥିଲା । ଆସନ୍ତାକାଲିଠାରୁ ବେଶ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୨୭ ଅନୁଷ୍ଠିତ ହେବ ଏହି ଦୁର୍ଲଭ ବେଶ ।
ଦୀର୍ଘ ୨୫ ବର୍ଷର ଅପେକ୍ଷା ପରେ ଶ୍ରୀମନ୍ଦିରରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ। ମସ୍ତକରେ ହାଣ୍ଡିଆ, ହାତରେ ଛୁରୀ କଟାରୀ, ଶ୍ରୀମୁଖରେ ଲମ୍ବା ଦାଢ଼ି ଭଳି ଅନନ୍ୟ ଓ ଅପୂର୍ବ ନାଗା ରୂପରେ ଦର୍ଶନ ଦେବେ ମହାବାହୁ । ଏ ବର୍ଷ ପଞ୍ଚୁକ ୫ ଦିନ ବଦଳରେ ୬ ଦିନ ପଡ଼ୁଥିବାରୁ ବିଧି ଅନୁସାରେ ମଳ ଦ୍ବାଦଶୀରେ ମହାପ୍ରଭୁଙ୍କ ନାଗା ବେଶ ଲାଗି ମାସକ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ସନ୍ତରା ପଟ, ସୋଲ ଓ ବେତ ଆଦି ଦ୍ରବ୍ୟରେ ତିଆରି ହେବ ନାଗା ବେଶ । ୨୫ ବର୍ଷ ଅନ୍ତରରେ ଏହି ବେଶ ପଡ଼ୁଥିବାରୁ ଏହାକୁ ନେଇ ବେଶ ଉତ୍ସାହୀ ଓ ଭାବବିହ୍ବଳ ହୋଇପଡ଼ିଛନ୍ତି ବେଶ ଶିଳ୍ପୀ । ମହାପ୍ରଭୁଙ୍କ ଏହି ବିରଳ ବେଶ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରେ ଥିବାରୁ ବିକଳ୍ପ ବ୍ୟବସ୍ଥା କଣ ହୋଇପାରିବ ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଶେଷ ଥର ପାଇଁ ୧୯୯୪ ମସିହାରେ ଅନୁଷ୍ଠିତ ହୋଇଥିଲା ଶ୍ରୀଜିଉଙ୍କ ଏହି ଦୁର୍ଲଭ ନାଗାର୍ଜୁନ ବେଶ । ଏହି ବେଶକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0