ଚଳିତ ବର୍ଷ ରାଷ୍ଟ୍ରୀୟ ଖେଳ ପୁରସ୍କାର ରାଶିକୁ ବଢାଇ ଦିଆଯାଇଛି । ଏବେ ଖେଳରତ୍ନ ପୁରସ୍କାର ପାଇବାକୁ ଥିବା ଖେଳାଳି ୨୫ ଲକ୍ଷ ଏବଂ ଅର୍ଜୁନ ପୁରସ୍କାର ବିଜେତା ପାଇବେ ୧୫ ଲକ୍ଷ ପୁରସ୍କାର ରାଶି । ଏହା ପୂର୍ବରୁ ଖେଳରତ୍ନ ପୁରସ୍କାର ପାଉଥିବା ଖେଳାଳିଙ୍କୁ ୭.୫ ଲକ୍ଷ ଏବଂ ଅର୍ଜୁନ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ନଗଦ ରାଶି ପ୍ରଦାନ କରାଯାଉଥିଲା । ଏହି ବର୍ଦ୍ଧିତ ପୁରସ୍କାର ରାଶି ଖେଳାଳିମାନଙ୍କ ଉତ୍ସାହ ବଢାଇବ ବୋଲି ଆଶା କରାଯାଉଛି ।
କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଯୁ ଏହି ବର୍ଦ୍ଧିତ ପୁରସ୍କାର ରାଶି ଘୋଷଣା କରିଛନ୍ତି । କୋଭିଡ଼-୧୯ ମହାମାରୀ କାରଣରୁ ଚଳିତ ବର୍ଷ ଏହି ପୁରସ୍କାର ରାଶି ଭର୍ଚୁଆଲ ସମାରୋହ ମାଧ୍ୟମରେ ଖେଳାଳିମାନଙ୍କୁ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଖେଳରତ୍ନ ପାଇଥିବା ୫ ଜଣ କ୍ରୀଡ଼ାବିତଙ୍କ ମଧ୍ୟରେ ଷ୍ଟାର କ୍ରିକେଟର ରୋହିତ ଶର୍ମା, କୁସ୍ତି ତାରକା ବିନେଶ ଫୋଗଟ, ପାରା ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ମରିୟମ୍ପନ ଭଙ୍ଗବେଲୁ, ଟେବୁଲ ଟେନିସ ତାରକା ମନିକା ବତ୍ରା ଏବଂ ମହିଳା ହକି ଦଳର ଅଧିନାୟକ ରାନୀ ରାମପାଲ ଅଛନ୍ତି ।
Humbled and honored to receive the Rajiv Gandhi Khel Ratna Award. Thank you hon'ble @rashtrapatibhvn sir @KirenRijiju sir @media_sai @hockeyindia coaches, my team, family and friends who have made this possible. Always dreamt about such moments, glad it became a reality. pic.twitter.com/uLwq6BKiY2
— Rani Rampal (@imranirampal) August 29, 2020
ସେହିପରି ଦ୍ରୋଣାଚାର୍ଯ୍ୟ(ଆଜୀବନ) ପୁରସ୍କାର ବିଜେତାମାନଙ୍କୁ ୧୫ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ପୂର୍ବରୁ ସେମାନଙ୍କୁ ୫ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରାଯାଉଥିଲା । ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାମାନଙ୍କୁ ୫ ଲକ୍ଷ ବଦଳରେ ୧୦ ଲକ୍ଷ ରାଶି ପ୍ରଦାନ କରାଯିବ । ସେହିପରି ଧ୍ୟାନଚାନ୍ଦ ଆୱାର୍ଡ଼ ବିଜେତାଙ୍କୁ ୫ ଲକ୍ଷ ବଦଳରେ ୧୦ ଲକ୍ଷ ପୁରସ୍କାର ରାଶି ପ୍ରନାଦ କରାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0