ପୁରୀ: ସ୍ୱାମୀଙ୍କ ପରେ ଚାଲିଗଲେ ସ୍ତ୍ରୀ । ଦୁଇ ଦିନ ତଳେ କରୋନାରେ ଆଖି ବୁଜିଥିବା ଶ୍ରୀମନ୍ଦିରର ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ପତ୍ନୀ ବିନୋଦିନୀ ଦାସ ମହାପାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି । ବିନୋଦିନୀ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସ୍ୱାମୀ ପ୍ରେମାନନ୍ଦଙ୍କ ମୃତ୍ୟୁ ଖବର ପାଇବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ଦୁଇ ଦିନ ହେଲା ସେ ଖିଆପିଆ ବି କରି ନଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ଦୁଇ ଦିନ ଭିତରେ ପରିବାରର ଦୁଇ ଜଣ ବୟୋଜ୍ୟେଷ୍ଠ ସଦସ୍ୟଙ୍କୁ ହରାଇବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0