ନୂଆଦିଲ୍ଲୀ: ଫେସବୁକ କନେକ୍ଟ ଇଭେଣ୍ଟ ଦ୍ୱାରା କମ୍ପାନୀ ଅନେକ ସାମଗ୍ରୀ ଲଞ୍ଚ କରିଛି । ଫେସବୁକ କନେକ୍ଟ ଏହା ପୂର୍ବରୁ ଓକୁଲ୍ସ କନେକ୍ଟ ନାମରେ ଅନେକ ସାମଗ୍ରୀ ଲଞ୍ଚ କରୁଥିଲା । ଏହି ଓକୁଲ୍ସ କନେକ୍ଟ କମ୍ପାନୀର ସବୁଠାରୁ ଭଲ ସାମଗ୍ରୀ ଓ ସେବାମାନଙ୍କର ସୂଚନା ଦେଇଥାଏ । ପୁଣିଥରେ ଫେସବୁକ ଲଞ୍ଚ କରିଛି ଭିଆର ହ୍ୟାଣ୍ଡସେଟ Oculus Quest 2 । ତାହା ସହିତ ରେ ବ୍ୟାନ ସହ ମିଶି ଫେସବୁକ ଆଗାମୀ ବର୍ଷ ଲଞ୍ଚ କରିବାକୁ ଯାଉଛି ଏଆର ସ୍ମାର୍ଟ ଗ୍ଲାସ । ଫେସବୁକର ଘୋଷଣା ଅନୁଯାୟୀ, ସେ ନିଜର ଭଲ ଭଲ ଭିଆର ହାର୍ଡ଼ୱେୟାରକୁ ଓକୁଲସ କ୍ୟୁସେଟ ୨ର ନାମ ଅନୁସାରେ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ହ୍ୟାଣ୍ଡସେଟ ପୁରୁଣା କ୍ୟୁସେଟ ହ୍ୟାଣ୍ଡସେଟଠାରୁ ଓଜନରେ ବହୁତ କମ ଅଟେ । ଏଥିରେ ଟଚ କଣ୍ଟ୍ରୋଲ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ । କମ୍ପାନୀର କହିବା ଅନୁଯାୟୀ, ଭର୍ଚୁଆଲ ରିୟଲିଟି ହ୍ୟାଣ୍ଡସେଟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ମଧ୍ୟ ଦିଆଯାଇଛି । ଏହି ହ୍ୟାଣ୍ଡସେଟରେ ୬ ଜିବି ରାମ୍ ସହିତ ଡ଼ିସପ୍ଲେ 90Hj ରିଫ୍ରେସ ରେଟ ମଧ୍ୟ ଅଛି । ଫେସବୁକ ନିଜର ପ୍ରଥମ ସ୍ମାର୍ଟ ଗ୍ଲାସ ରେ ବ୍ୟାନ ସହିତ ମିଶି ପ୍ରସ୍ତୁତ କରୁଛି । ଏହାକୁ କମ୍ପାନୀ ଆଗାମୀ ବର୍ଷ ଲଞ୍ଚ କରିବାକୁ ଯାଉଛି । ଅନ୍ୟ ଟ୍ରାଡ଼ିସନାଲ ଗ୍ଲାସ ଠାରୁୂ ଏହି ଏ ଆର ସ୍ମାର୍ଟ ଗ୍ଲାସ ସଂପୂର୍ଣ୍ଣ ଅଲଗା ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0