ଯାଜପୁର: କଲିକତା ମେଟ୍ରୋ ପଲିଟିଆନ ମାଜିଷ୍ଟ୍ରେଟ କୋର୍ଟଙ୍କ ଦ୍ୱାରା ଯାଜପୁର ଥାନା ଅଞ୍ଚଳର ଜଣେ ଦଣ୍ଡିତ ବ୍ୟକ୍ତିଙ୍କୁ ୱାରେ ମାଧ୍ୟମରେ ସୋମବାର ଦିନ ଯାଜପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାନୁଯାୟୀ, ଯାଜପୁର ଥାନା ଅନ୍ତର୍ଗତ କମଲପୁର ଗ୍ରାମର ଅଲେଖ ବିଶ୍ୱାଳଙ୍କ ପୁଅ ପାର୍ଥସାରଥୀ ବିଶ୍ୱାଳ କଲିକତାରେ ମେସର୍ସ ଆଦିତ୍ୟ ସ୍କାର୍ପ ନାମକ ଏକ କମ୍ପାନୀ ଖୋଲି ବ୍ୟବସାୟ କରୁଥିଲେ । କମ୍ପାନୀ ମାଧ୍ୟମରେ ବିଭିନ୍ନ ଲୋକଙ୍କ ଠାରୁ ପାର୍ଥସାରଥୀ ଅର୍ଥ ନେଇ ବ୍ୟବସାୟ କରୁଥିଲେ । ମାତ୍ର ଚମ୍ପା ନନ୍ଦି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୩କୋଟିରୁ ଉଦ୍ଧ୍ୱର୍ ଟଙ୍କା ନେଇ ଏକ ଚେକ ପ୍ରଦାନ କରିଥିଲେ । ପାର୍ଥସାରଥୀ ଚମ୍ପା ନନ୍ଦିଙ୍କୁ ଅର୍ଥ ବାବଦକୁ କୌଣସି ବ୍ୟବସାୟୀକ ସଫଳତା ଦେଇନଥିଲେ । ଫଳରେ ୨୦୧୧ ମସିହାରେ କଲିକତା ମେଟ୍ରୋ ପଲିଟିଆନ ମାଜିଷ୍ଟ୍ରେଟରେ ଏକ ମକଦ୍ଦମା କରିଥିଲେ । ୨୦୧୭ ମସିହାରେ କଲିକତା ମେଟ୍ରୋ ପଲିଟିଆନ ମାଜିଷ୍ଟ୍ରେଟ କୋର୍ଟ ପାର୍ଥସାରଥୀ ବିଶ୍ୱାଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତାହାସହ ନେଇଥିବା ସମସ୍ତ ଟଙ୍କା ଫେରସ୍ତ କରିବା ସହିତ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମକଦ୍ଦମା ୧୩୮ ଏନଆଇଆକ୍ଟ ମାଧ୍ୟମରେ କରାଯାଇଥିଲା । ଦୋଷୀ ପାର୍ଥସାରଥୀ କୋର୍ଟରେ ଜାମିନ ପାଇଁ ଅପିଲ କରିଥିଲେ । ମାତ୍ର ଏହି ଅପିଲକୁ କୋର୍ଟ ଖାରଜ କରିଥିଲା । ପରେ କୋର୍ଟ ୨୦୧୯ମସିହାରେ ଜାମିନ ବିହୀନ ପରୱାନା ଇଷୁ୍ୟ କରି ଯାଜପୁର ଥାନା ଅଧିକାରୀ ଦୋଷୀ ପାର୍ଥସାରଥୀଙ୍କୁ ଗିରଫ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ନିଦେ୍ର୍ଦଶ ପାଇବାପରେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଚକ୍ର ଯାଜପୁର ପାର୍ଥସାରଥୀ ବିଶ୍ୱାଳଙ୍କୁ ଗିରଫ କରି ଯାଜପୁର ସି.ଜେ.ଏମଙ୍କ କୋର୍ଟରେ ହାଜର କରିଥିଲେ ।
ଦୋଷୀ ପାର୍ଥସାରଥୀ ନିଜକୁ ସମାଜସେବୀ କହି କୋଭିଡ଼ ଓ ବନ୍ୟା ସମୟରେ ଯାଜପୁରର ବିଭିନ୍ନ ଅଞ୍ଚଳରେ ରିଲିଫ ପ୍ରଦାନ କରୁଥିବାର ଦେଖିବା ପାଇଁ ମିଳିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0