ବିଶ୍ୱର ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍ବୁକ୍ ଶେଷରେ ନିଜ ନାଁ ବଦଳାଇ ଦେଇଛି । ଦୀର୍ଘ ୧୭ ବର୍ଷ ପରେ ଏଣିକି ଫେସବୁକ୍ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ । ଏନେଇ ଫେସ୍ବୁକ୍ର CEO ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । କଂପାନୀର ନାଁ ବଦଳୁଥିଲେ ମଧ୍ୟ ଏକକ ବ୍ରାଣ୍ଡ ଫେସବୁକ୍, ଇନଷ୍ଟାଗ୍ରାମ୍, ହ୍ୱାଟସ୍ଆପ୍ର ନାଁ ଅପରିବର୍ତ୍ତିତ ରହିବ । ଲୋକପ୍ରିୟତାର ଉଚ୍ଚରେ ରହି ମଧ୍ୟ ବିଭିନ୍ନ ବିବାଦରେ ଫସିଥିବା ଫେସ୍ବୁକ୍କୁ ବିଶ୍ୱର ବିଭିନ୍ନ ଦେଶରେ ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ୁଛି । ଏପରି ସମୟରେ ଜୁକରବର୍ଗ କମ୍ପାନୀର ନାଁ ପରିବର୍ତ୍ତନ ଘୋଷଣା କରି ପୁଣି ଥରେ ଲୋକପ୍ରିୟତା ହାସଲ କରିବେ ବୋଲି ଦୃଢ ଆଶା ରଖିଛନ୍ତି। ସାରା ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଛନ୍ତି । ପୁଣି ଥରେ ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବାକୁ ଏପରି କରାଯାଇଥିବା ଜଣାଯାଇଛି। ଏଣିକି ଏହା ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ତା’ର ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ । ଏହା ଫେସବୁକ୍ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କର୍ପୋରେଟ ସଂସ୍ଥାର ବ୍ରାଣ୍ଡରେ ଏକ ବୃହତ୍ତ ପରିବର୍ତ୍ତନ ବୋଲି କୁହାଯାଉଛି। ଏକ ବାର୍ଷିକ ସମ୍ମିଳନୀରେ ଜୁକରବର୍ଗ କହିଛନ୍ତି, ବିଗତ ଦିନରେ ବିଭିନ୍ନ ସାମାଜିକ ଘଟଣା ସହ ଜଡ଼ିତ ରହି ଆମେ ବହୁତ କିଛି ଶିଖିଛୁ। ଯାହାବି କିଛି ଶିଖିଛୁ, ଏହାକୁ ଆଗାମୀ ଦିନରେ ନିଜକୁ ଅଧିକ ଲୋକପ୍ରିୟ ବ୍ୟବହାର କରିବୁ । ଏଥିସହ କମ୍ପାନୀ ନାଁ ବଦଳାଯାଇ ‘ମେଟା’ ରଖାଯାଇଥିବା ସେ ଘୋଷଣା କରିଥିଲେ। କମ୍ପାନୀ ନାଁ ବଦଳିଥିଲେ ବି ଆପ୍ସ ଓ ବ୍ରାଣ୍ଡରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0