spot_img

ବିଜେପି ରଚିଛି ଡ୍ରଗ୍ସ ଷଡ଼ଯନ୍ତ୍ର : ନବାବ

କ୍ରୁଜ୍ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ସମାଲୋଚନା କରି ଆସୁଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନବାବ ମଲିକ ଏବେ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ନବାବ କହିଛନ୍ତି, ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା ଏକ ଷଡ଼ଯନ୍ତ୍ର। ବଲିଉଡ୍‌କୁ ମହାରାଷ୍ଟ୍ର ବାହାରକୁ ଉଠାଇ ନେବାକୁ ବିଜେପି ଏହି ଷଡ଼ଯନ୍ତ୍ର ରଚିଛି। ବଲିଉଡ୍‌କୁ ବଦନାମ କରିବାକୁ ଏହି ଷଡ଼ଯନ୍ତ୍ର କରାଯାଇଛି। ନବାବ କହିଛନ୍ତି, ମୁମ୍ବାଇ ପୁଲିସ୍ ଯେପରି ତାଙ୍କୁ ଗିରଫ କରିପାରିବ ନାହିଁ, ସେଥିପାଇଁ ନିର୍ଦ୍ଦେଶ ଦେବାକୁ ସମୀର ୱାଙ୍ଖେଡେ ବମ୍ବେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ସୁରକ୍ଷା ଦେବାକୁ ଗତ ସପ୍ତାହରେ ସେ ମୁମ୍ବାଇ ପୁଲିସ୍‌କୁ ଅନୁରୋଧ କରିଥିଲେ। ସେ ନିଶ୍ଚିତ କିଛି ଭୁଲ୍ କରିଛନ୍ତି। ସେଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଭୟ କରୁଛନ୍ତି। ଏହା ସହିତ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ସେ ପୁଣି ଆକ୍ରମଣ କରିଛନ୍ତି। ସମୀର ଭୟଭୀତ ହୋଇଯାଇଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular