spot_img

କାରଖାନାରେ ବିସ୍ଫୋରଣ: ୨ ଗୁରୁତର

କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳଠାରେ ଅବସ୍ଥିତ ସ୍କାନ ଷ୍ଟିଲର ବୁଡାକଟା ୟୁନିଟ ୨ରେ ଆଜି ସକାଳ ୯ଟାରେ ବଡ଼ ଅଘଟଣ ଘଟିଛି। କାରଖାନାର ଫର୍ନେସରେ ବଡ଼ ଧରଣର  ବିସ୍ଫୋରଣ ହୋଇଛି ।  କାରଖାନାର ଫର୍ନେସରେ ବଡ଼ ଧରଣର  ବିସ୍ଫୋରଣ ହୋଇଛି। ବିସ୍ଫୋରଣ ନିଆଁରେ ଦୁଇ କର୍ମଚାରୀ ଗୁରୁତର ହୋଇଥିବା ଵେଳେ ସେମାନଙ୍କୁ ରାଉରକେଲା ଆଇଜିଏଚକୁ ନିଆଯାଇଥିବା ସୂଚନା ମିଳିଛି । ଵିସ୍ଫୋରଣ ଏତେ ଜୋର୍ ଥିଲା ଯେ ଆଖପାଖ ୫ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ  ପ୍ରକମ୍ପିତ ହୋଇଥିଲା । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ଯାଇଥିଲା । ଲୋକେ ଭୟରେ ଥରି ଉଠିଥିଲେ।  କୁତ୍ରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular