ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ‘ଇଣ୍ଡିଆ ଟୁଡେ’ ପତ୍ରିକାଦ୍ବାରା ହୋଇଥିବା ‘ମୁଡ୍ ଅଫ୍ ଦି ନେସନ୍-୨୦୨୨’ ସର୍ଭେରୁ ଜଣାପଡ଼ିଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧.୧% ରେଟିଙ୍ଗ୍ ହାସଲ କରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ନିଜ ନିଜ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ପାଇଁ ଏହି ସର୍ଭେରେ ଜନସାଧାରଣଙ୍କୁ କୁହାଯାଇଥିଲା । ସର୍ଭେରେ ଓଡ଼ିଶାରୁ ସମୁଦାୟ ୨,୭୪୩ଜଣ ବ୍ୟକ୍ତି ବିଶେଷଙ୍କଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୭୧% ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ସନ୍ତୋଷ ବ୍ୟକ୍ତ କରିଛନ୍ତି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ୬୭.୫% ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ୬୧.୮% ରେଟଙ୍ଗ୍ ହାସଲ କରି ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ସର୍ଭେରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ୬୧.୧%, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ୫୭.୯%, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୫୬.୬% ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ୫୧.୪% ରେଟିଙ୍ଗ୍ ହାସଲ କରିଛନ୍ତି । ‘ବିଜେପି’ କିଂବା ତା’ର ମିତ୍ର ଦଳଦ୍ବାରା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ମାତ୍ର ଜଣଙ୍କର ରେଟିଙ୍ଗ୍ ୫୦% ମାର୍କ ସ୍ପର୍ଶ କରିଛି କିଂବା ଟପିଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0