କ୍ରିକେଟ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ୩୬୦ ଡିଗ୍ରୀ ସଟ୍ । କାହିଁକି ନା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏବି ଡିଭିଲିୟର୍ସ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ଡିଭିଲିୟର୍ସ । ତେବେ ଏବେ କ୍ରିକେଟର ଆଉ କୌଣସି ଫର୍ମାଟରେ ନଜର ଆସିବେନି ମିଷ୍ଟର-୩୬୦ । ସମସ୍ତ ଫର୍ମାଟରୁ ଅବସର ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଡିଭିଲିୟର୍ସ ।
ଟୁଇଟରେ ସେ ଲେଖିଛନ୍ତି କି ଏହା ଏକ ଅବିଶ୍ବସନୀୟ ଯାତ୍ରା ଥିଲା । କିନ୍ତୁ ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଛି । ମୁଁ ଆମ ବ୍ୟାକୟାର୍ଡରେ ମୋ ବଡ଼ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ସେହି ଦିନଠାରୁ ମୁଁ ଏହାକୁ ଆନନ୍ଦ ସହ ଉପଭୋଗ କରିଛି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।ସେ ଆହୁରି ଲେଖିଛନ୍ତି କି କ୍ରିକେଟ ଅସାଧାରଣ ରୂପରେ ମୋ ପ୍ରତି ଦୟାଳୁ ରହିଛି । ମୁଁ ଟାଇଟନ୍ ପାଇଁ ହେଉ କି ସାଉଥ ଆଫ୍ରିକା ହେଉ କିମ୍ବା ଆରସିବି ପାଇଁ ହେଉ ସମସ୍ତ ଟିମ୍ ମୋତେ ଅକଳ୍ପନୀୟ ଅନୁଭବ ଦେଇଛି । ଏଥିପାଇଁ ସବୁବେଳେ ମୁଁ ଆଭାରୀ । ମୋର ଟିମ୍ ମେଟ, କୋଚ୍, ଫିଜିଓ ଏବଂ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି । ମୁଁ ସାଉଥ ଆଫ୍ରିକାରେ କିମ୍ବା ଭାରତରେ ଯେଉଁଠାରେ ବି ଖେଳିଲେ ମୋତେ ଅଦ୍ଭୁତପୂର୍ଣ୍ଣ ସମର୍ଥନ ମିଳିଛି ବୋଲି ଟୁଇଟରେ କହିଛନ୍ତି ଡିଭିଲିୟର୍ସ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0