spot_img

କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ସାଇକେଲ ରାଲି କରିବେ କୃଷକ

ନୂଆଦିଲ୍ଲୀ: ସାରା ଦେଶରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ ବଢିବାରେ ଲାଗିଛି । ଦେଶର ପ୍ରତି ଲୋକଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରାଇବା ପାଇଁ କୃଷକମାନଙ୍କ ପକ୍ଷରୁ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଦୀର୍ଘ ୮,୩୦୮ କିଲୋମିଟରର ସାଇକେଲ ରାଲି କରାଯିବା ଲାଗି ଯୋଜନା ହୋଇଛି । ତେବେ ଦେଶର ୨୦ଟି ରାଜ୍ୟରେ ଏହି ସାଇକେଲ ରାଲି କରାଯିବ । ଆସନ୍ତା ୧୨ ମାର୍ଚ୍ଚରେ ସାଇକେଲ ରାଲି ଆରମ୍ଭ ହେବ ବୋଲି କୃଷକ ସଂଗଠନ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular