spot_img

ଆସନ୍ତା କାଲି ଉତକ୍ଷେପଣ କରାଯିବ ଆମାଜୋନିଆ-୧ ଉପଗ୍ରହ

ଶ୍ରୀହରିକୋଟା: ଆସନ୍ତା କାଲି ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୂର୍ବାହ୍ନ ୧୦ଟା ୨୪ରେ ଉପଗ୍ରହ ଆମାଜୋନିଆ-୧ର ଉତକ୍ଷେପଣ କରାଯିବ । ମିଳିଥିବା ସୂଚନା ମୁତାବକ ପିଏସଏଲଭି-ସି-୧୫ ରକେଟ୍ ସହାୟତାରେ ବ୍ରାଜିଲର ଏହି ଅପ୍ଟିକାଲ ଅବଜରଭେଶନ ସାଟେଲାଇଟକୁ ମହାକାଶକୁ ପଠାଯିବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଉପଗ୍ରହ ଆମାଜୋନିଆ -୧ ସହ ଅନ୍ୟ ୧୮ ଟି ଉପଗ୍ରହକୁ ବି ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ । ଉତକ୍ଷେପଣ ହେବାକୁ ଥିବା ଏହି ୧୮ ଟି ଉପଗ୍ରହ ମଧ୍ୟରେ ସ୍ପେସ୍ କିଡଜ୍ ଇଣ୍ଡିଆର ଏସଡି ସାଟ୍ ସହ କୋଇମ୍ବାଟୁରର ଶ୍ରୀ ଶକ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଶ୍ରୀପେରୁମ୍ବୁଦୁରର ଜେପିଆର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ନାଗପୁରର ଜିଏଚ୍ ରାଇସୋନି କଲେଜ ଅଫ୍ ଇଞ୍ଜିନିୟରିଂ ଆଦି ୩ ଟି କଲେଜ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା ୟୁନିସାଟ୍ ର ମଧ୍ୟ ଉତକ୍ଷେପଣ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular