ନୂଆଦିଲ୍ଲୀ: ଅଭେଦ୍ୟ ଦୂର୍ଗରେ ପରିଣତ ହେଲା ଦିଲ୍ଲୀ-ଗାଜିପୁର ସୀମା। ଆନ୍ଦୋଳନକାରୀ ଚାଷୀଙ୍କ ବଢ଼ୁଥିବା ସଂଖ୍ୟାକୁ ଦେଖି ରାତାରାତି ତିଆରି ହେଲା ୧୨ ଲେୟାର ବ୍ୟାରିକେଡ। ଆନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇବା ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଛି ଦିଲ୍ଲୀ ପୁଲିସ । ବ୍ୟାରିକେଡ ସହ କଣ୍ଟା ଯୁକ୍ତ ତାର ମଧ୍ୟ ବିଛାଯାଇଛି। ଏନଏଚ-୨୪କୁ ପୁରାପୁରି ବନ୍ଦ ରଖାଯାଇଛି। ନଏଡା ସେକ୍ଟର-୬୨ରୁ ଅକ୍ଷରଧାମ ରାସ୍ତାକୁ ପୁରାପୁରି ସିଲ କରାଯାଇଛି। ଜାନୁଆରୀ ୨୬ ଦିନ ଦିଲ୍ଲୀରେ ହୋଇଥିବା ହିଂସା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ଦିଲ୍ଲୀ ସହ ସଲଗ୍ନ କୃଷକମାନ ଧାରଣା ଦେଉଥିବା ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଶନିବାର ରାତିରେ ଦିଲ୍ଲୀ-ଗାଜିପୁର ସୀମାରେ ୧୨ ଲେୟାରର ବ୍ୟାରିକେଡ ଲଗାଯାଇଛି। ଏହାପୂର୍ବରୁ ସିଙ୍ଘୁ ସୀମାରେ ମଧ୍ୟ ବ୍ୟାରିକେଡ ଲଗାଯାଇଥିଲା। ଗାଜିପୁର, ଟିକ୍ରି ଓ ସିଙ୍ଘୁ ସୀମାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଶୁକ୍ରବାର ସ୍ଥାନୀୟ ଲୋକେ ଓ କୃଷକଙ୍କ ମଧ୍ୟରେ ହୋଇଥିବା ସଙ୍ଘର୍ଷ ପରେ ପୋଲିସ ଆହୁରି ସତର୍କ ହୋଇ ପଡିଛି। ଗତକାଲିଠୁ ପଞ୍ଜାବ ଓ ହରିୟାଣାରୁ ଶତାଧିକ କୃଷକମାନେ ଗାଜିପୁର ସୀମାକୁ ଆନ୍ଦୋଳନ କରିବାକୁ ପହଁଚୁଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଓ ସିଆରପିଏଫ ପ୍ରବେଶ କରୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0