spot_img

କନ୍ଧମାଳରେ ବର୍ବରକାଣ୍ଡ

ମାଲକାନଗିରି: ଗୋଟିଏ ପଟେ କନ୍ଧମାଳ ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଥିବା ବେଳେ ଅନ୍ୟପଟରେ ମାଲକାନଗିରିରେ ନକ୍ସଲ ସଂଗଠନକୁ ଲାଗିଛି ଝଟକା। ମାଲକାନଗିରି ପୁଲିସର ଏନକାଉଣ୍ଟରରେ ନିହତ ହୋଇଛି ଜଣେ ନକ୍ସଲ। ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ମାଡ଼କାପଦର ପଞ୍ଚାୟତାର ନୁନଖାରି ଜଙ୍ଗଲରେ ହୋଇଛି ଏହି ଏନକାଉଣ୍ଟର। ନୁନଖାରି ଜଙ୍ଗଲରେ ନକ୍ସଲଙ୍କ ଶିବିର ଥିବା ଖବର ପାଇଁ ଅପରେସନ ଆରମ୍ଭ କରିଥିଲେ ଏସଓଜି ଓ ଡିଭିଏଫ ଯବାନ। ପୁଲିସକୁ ଦେଖି ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲା। ପୁଲିସ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ପରେ ସର୍ଚ୍ଚ ଅପରେସନ ବେଳେ ଜଣ ନକ୍ସଲର ମୃତଦେହ ମିଳିଥିଲା। ତା’ସହିତ ଅନେକ ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଆଉ ଏକ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ସେମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇଥିବା ବେଳେ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନି। ଘଟଣାଟି ଘଟିଛି ବେଲଘର ଥାନା ଅନ୍ତର୍ଗତ ଗୁମୁ ଗାଁରେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular