spot_img

ପୋଲିସ ଓ ସମ୍ବାଦିକଙ୍କୁ ମାଡ ମାରିଥିବା ଦୁଇ ଡାକ୍ତର ପାଇଲେ ଜାମିନ୍

କେନ୍ଦାପଡା: ପୋଲିସ୍ ଓ ସମ୍ବାଦିକଙ୍କୁ ବିନା କାରଣରୁ ମାଡ ମାରିଥିବା ଦୁଇ ଡାକ୍ତର ଆଜି କୋର୍ଟରୁ ଜାମିନ୍ ପାଇଛନ୍ତି । ଦୁର୍ଗା ନସିଂ ହୋମ୍ ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ଦୁଇ ଡାକ୍ତର ପୁଅଙ୍କ ଏଭଳି କାରନାମା ପୁଣି ଶିଘ୍ର ଜାମିନ ପାଇବା ଏକ ଚର୍ଚ୍ଚାର ବିଷୟ ହୋଇଛି । ଦୁଇ ଡାକ୍ତର ପୋଲିସଙ୍କୁ ମାଡ ମାରିବା ପରେ ପୋଲିସ ହତ୍ୟା ଉଦ୍ୟମ ଏଭଳି ସଙ୍ଗିନ ଅଭିଯୋଗ ଡାକ୍ତରଙ୍କ ବିରୋଧରେ ଲଗାଇଥିଲେ । ଦୁଇ ଡାକ୍ତର ଗିରଫ ହେବା ପରେ ମେଡିକାଲ ଆସୋସିଏସନ କେନ୍ଦ୍ରାପଡା ଜିଲ୍ଲା ଶାଖା କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଦୁଇ ଡାକ୍ତରଙ୍କୁ କୋର୍ଟରୁ ଜାମିନ୍ ମିଳିଛି । ସୂଚନାଅନୁଯାୟୀ, ଏକ ନିର୍ଦ୍ଧିଷ୍ଟ ୱେବ ପୋର୍ଟାଲରେ କାର୍ଯ୍ୟରତ ଥିବା ସୁନିଲ ମହାପାତ୍ର ଖବର ସଂଗ୍ରହ କରିବାକୁ କେନ୍ଦ୍ରପଡା ସହରରେ ଥିବା ଦୁର୍ଗା ନସିଂହୋମକୁ ଯାଇଥିଲେ । ସେଠାରେ ମୋବାଇଲ ରେ ଭିଡିଓ କରୁଥିବା ସମୟରେ ନସିଂହୋମ୍ ମାଲିକ ଡାକ୍ତର ପର୍ଶୁରାମଙ୍କ ସାହୁଙ୍କ ଦୁଇ ପୁଅ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୋଲିସ କୁ ଜଣାଇଥିଲେ । ପରେ ଥାନାଧିକାରୀ ଏସ୍ଆଇ ସୌମ୍ୟରଞ୍ଜନ ଜାଲି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ସେମାନେ ତାଙ୍କୁ ମଧ୍ୟ ଠେଲାପେଲା କରିବା ସହ ଗାଳିଗୁଲଜ କରିଥିଲେ । ତେବେ ପୋଲିସ ଏବଂ ଆହାତ ସମ୍ବାଦିକଙ୍କ ଅଭିଯୋଗ କ୍ରମେ ଦୁଇ ଡାକ୍ତର ଗିରଫ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular