ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ପାଇଁ ଅଶାନ୍ତି ଜାରି ରହିଛି । ଶନିବାର ଦିନ ଯେଉଁ ସ୍ଥିତି ଖରାପ ହୋଇଥିଲା, ତା’ପରେ ଉଭୟ ପକ୍ଷରୁ ସୀମାରେ ସୈନ୍ୟ ମୁତୟନ କରାଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ୪ ରାଉଣ୍ଡ ଆଲୋଚନା ହୋଇସାରିଲାଣି । କିନ୍ତୁ କୌଣସି ଫଳ ମିଳିପାରିନାହିଁ । କିନ୍ତୁ ଚୀନର ଇତିହାସକୁ ନଜରରେ ରଖି ଭାରତୀୟ ସେନା ନିଜକୁ ପ୍ରସ୍ତୁତ କରିସାରିଛି । ଅଗଷ୍ଟ ୨୯-୩୦ ଅଗଷ୍ଟ ରାତିରେ ଚୀନର ଅନୁପ୍ରବେଶ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଥିଲା । ଏହାପରେ ବ୍ରିଗେଡିୟର ସ୍ତରୀୟ ଆଲୋଚନା ଜାରି ରହିଛି । ଚୁସୁଲରେ ଦୁଇ ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । କିନ୍ତୁ କେହି କାହାର କଥାରେ ଏକମତ ନୁହଁନ୍ତି । ଏବେ ଭାରତ ସୀମାରେ ମଜଭୁତ ସ୍ଥିତିରେ ଅଛି । ତେଣୁ ଚୀନର ଚିନ୍ତା ବଢ଼ିବା ସ୍ୱାଭାବିକ କଥା । ଭାରତ ଅକ୍ତିଆର କରିନେଇଥିବା ପ୍ୟାଙ୍ଗୋଙ୍ଗ ଇଲାକାର କାଲା ଟପରୁ ଚୀନ ସେନା ଉପରେ ନଜର ରଖିହେବ । ଅନ୍ୟ ପକ୍ଷରେ ଚୀନ ଫିଙ୍ଗର ଫୋରର କିଛି ଇଲାକାରେ ନିଜର ସେନା ମୁତୟନ କରିଛି । କିନ୍ତୁ ଭାରତ ଅକ୍ତିଆର କରିଥିବା ପାହାଡ଼ିଆ ଅଞ୍ଚଳ ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଗୁରୁବାର ଦିନ ସେନାପ୍ରମୁଖ ଏମ.ଏମ.ନରୱାଣେ ଲଦାଖ ପହଞ୍ଚିଥିଲେ । ଏହା ସହ ବାୟୁସେନା ମୁଖ୍ୟ ମଧ୍ୟ ବର୍ଡର ପାଖରେ ବେସ ପରିଦର୍ଶନ କରିଥିଲେ । ଭାରତୀୟ ବିଦେଶ ମନ୍ତ୍ରାଳୟ ବର୍ଡର ସ୍ଥିତି ସତ୍ତ୍ୱେ ପ୍ରେସ କନଫରେନ୍ସ କରିଥିଲେ । ଚୀନର ଅନୁପ୍ରବେଶ ଯୋଗୁଁ ସ୍ଥିତି ଅଧିକ ଖରାପ ହେଉଛି । ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ । କିନ୍ତୁ ପ୍ରଥମେ ଚୀନ ନିଜ ସେନାକୁ ବର୍ଡରରୁ ହଟାଇବାକୁ ପଡ଼ିବ ବୋଲି କହିଥିଲେ । ଅନ୍ୟପଟରେ ଏସସିଓ ବୈଠକରେ ଭାଗ ନେବାକୁ ମସ୍କୋ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ , ଚୀନ ରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି । ରାଜନାଥ ସିଂହଙ୍କ ସହ ଚୀନ ରକ୍ଷା ମନ୍ତ୍ରୀ ସାକ୍ଷାତ କରିବାକୁ ଚାହାନ୍ତି ବୋଲି ଚୀନ ପକ୍ଷରୁ ଅପିଲ କରାଯାଇଛି ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0