ନୂଆଦିଲ୍ଳୀ: ନୂତନ କୃଷି ଆଇନକୁ ନେଇ ସାରା ଦେଶରେ ଚାଷୀ ସଙ୍ଗଠନ ପକ୍ଷରୁ ପ୍ରଦାର୍ଶନ ଜାରି ରହିଛି । ସେମାନେ ନଭେମ୍ବର ୨୬ ଠାରୁ ଦିଲ୍ଲୀ-ହରିୟାଣା ସିନ୍ଧୁ ସୀମା ବୁରାଡିରେ ପ୍ରଦର୍ଶନ କରୁଛନ୍ତି । ତେବେ ଏନେଇ ଗୃହମନ୍ତ୍ରୀ ଅମିତ ଶାହ ସେମାନଙ୍କୁ ସିନ୍ଧୁ ସୀମାରୁ ହଟିଯାଇ ବୁରାଡିର ନିରଙ୍କାରୀ ସମାଗମ ମୈଦାନରେ ପ୍ରଦର୍ଶନ କରିବାକୁ ପ୍ରସ୍ତାବ ଦେଇଥିଲେ । ସେଠାରେ ପ୍ରଦର୍ଶନ କରି ମଧ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ପାରିବ ବୋଲି ଶାହ ଅପିଲ କରିଥିଲେ । ଅନ୍ୟପଟେ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ଚାଷୀ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0