ଭୁବନେଶ୍ୱର:ପରୀ ହତ୍ୟା ଘଟଣାକୁ ନେଇ ବିଧାନସଭାରେ ଥମୁନି ତାତି । ନ୍ୟାୟ ଦାବିରେ ବିଜେପି ସଦସ୍ୟମନେ ଗୃହରେ ହୋହାଲ୍ଲା କରିଛନ୍ତି । ହଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଜଂନ ପୁଜାରୀ ବ୍ୟୟ ମଂଜୁରୀ ବିଲ ଆଗତ କରିଛନ୍ତି । ସେପଟେ ପରୀ ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ନଦନ୍ତ ଦାବିରେ ବିଜେପି ସଦସ୍ୟମାନେ ଗାନ୍ଧୀମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି । ହାତରେ ପୋଷ୍ଟର ଧରି ଧାରଣା ଦେବା ସହ ବିରୋଧୀ ଦଳକୁ ଟାର୍ଗେଟ ମଧ୍ୟ କରିଥିଲେ । ପରୀକୁ ନ୍ୟାୟ ଦେବା ଆମର ଦାବି ବୋଲି ନାରାବାଜି ଦେଇଥିଲେ । ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ । ଯେଉଁଥିପାଇଁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁତଲବୀ ରଖିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0