ପ୍ରଥମେ ସରକାରଙ୍କ ତରଫରୁ କୃଷକ ମାନଙ୍କ ସହ ହେବାକୁ ଥିବା ବୈଠକ ବାତିଲ କଲେ। ଓ ପରେ ସରକାରଙ୍କ ପ୍ରସ୍ତାବକୁ ସିଧା ସଳଖ କୃଷକ ସଂଗଠନ ମାନେ ଖାରଜ କରିଦେଇଛନ୍ତି । କୃଷକ ମାନେ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ନୂତନ କୃଷି ଆଇନ ସଂପର୍କରେ ଆଜି କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ନେତା ମାନଙ୍କ ନିକଟକୁ ଆଇନରେ ସଂଶୋଧନ ନିମନ୍ତେ ପଠାଯାଇଥିବା ୫ ଟି ପ୍ରସ୍ତାବକୁ ଖାରଜ କରିଛନ୍ତି । ଏହାସହ କେନ୍ଦ୍ର ସରକାର ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ କୃଷକ ମାନେ ଅଟଳ ରହିଛନ୍ତି । ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସରକାରଙ୍କୁ ଚରମବାଣୀ ଶୁଣାଇ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କୃଷକ ମାନଙ୍କୁ ଦିଆଯାଇଥିବା ୫ ଟି ପ୍ରସ୍ତାବ ମଧ୍ୟରେ (୧) ଏମଏସପିରେ କୌଣସି ପରିବର୍ତ୍ତନ ହେବ ନାହିଁ, ପୂର୍ବଭଳି ଏମଏସପି ଜାରି ରହିବ, (୨) ଏପିଏମସିକୁ ବା ମଣ୍ଡି ବ୍ୟବସ୍ଥା ଚାଲୁ ରହିବ ଓ ପୂର୍ବ ଠାରୁ ଏହି ମଣ୍ଡି ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ, (୩) ଶଷ୍ୟ କିଣିବାକୁ ଚାହୁଁଥିବା ଘରୋଇ କମ୍ପାନୀ ମାନଙ୍କୁ ପଞ୍ଜିକରଣ କରିବାକୁ ପଡିବ, (୪) ଚୁକ୍ତି ଭିତ୍ତିକ ଚାଷ ବେଳେ କୌଣସି ଅସୁବିଧା ଦେଖାଦେଲେ ଚାଷୀ କୋର୍ଟକୁ ଯାଇପାରିବ ଏହାସହ ଚୁକ୍ତି ଭିତ୍ତିକ ଚାଷକୁ ନେଇ ଉପୁଜୁଥିବା ବିବାଦର ସମାଧାନ ପାଇଁ ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯିବ, (୫) ଘରୋଇ ଭାବେ ଶଷ୍ୟ କିଣୁଥିବା କମ୍ପାନୀ ମାନଙ୍କ ଠାରୁ ଟିକସ ଆଦାୟ କରାଯିବ । କୃଷକମାନଙ୍କର ‘ଭାରତ ବନ୍ଦ’ ଡାକରା ପରେ କେନ୍ଦ୍ର ସରକାର ଓ କୃଷକ ନେତାମାନଙ୍କ ମଧ୍ୟରେ ମଙ୍ଗଳବାର ରାତିରେ ବସିଥିବା ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ସରକାର କୃଷି ଆଇନ ଉଚ୍ଛେଦ ସପକ୍ଷରେ ନ ଥିବା ସ୍ପଷ୍ଟ କରିବା ସହ ଆଇନରେ ସଂଶୋଧନ ଲାଗି ଲିଖିତ ପ୍ରସ୍ତାବ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଏହି ପ୍ରସ୍ତାବଗୁଡ଼ିକ କୃଷକନେତାମାନଙ୍କ ନିକଟକୁ ପଠାଯାଇଥିଲା।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0