ଧର୍ମଗଡ : ବସ୍ ଭିତରୁ ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ବସ୍ ଭିତରୁ ଉଦ୍ଧାର ହୋଇଛି l ଦାଦନ ଖଟିବାକୁ ଯାଇ ଫେରୁଥିବା ବେଳେ ବସ୍ ଭିତରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିମ ହେଲେ ଧର୍ମଗଡ଼ ଥାନା ଥନଟ ଗାଁର ବବଲୁ ଦୁର୍ଗା ସେ ହାଇଦ୍ରାବାଦରୁ ଦେହ ଖରାପ ହେବାରୁ ନିଜ ଗାଁକୁ ଜନାର୍ଦ୍ଦନ ବସ୍ ରେ ଫେରୁଥିଲେ । ସେ ନିଜେ ବସିଥିବା ସିଟ୍ ରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ଧର୍ମଗଡ଼ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ସହ ତଦନ୍ତ ଆରମ୍ଭ କରିଛି l



Visitors Today : 3
Total Visitors : 130169
Total Views : 9891615
Visitors Online Now : 0