କୃଷକ ସମ୍ବର୍ଦ୍ଧନ ଓ ସୁବିଧା ଅଧ୍ୟାଦେଶ , ଆବଶ୍ୟକ ବସ୍ତୁ (ସଂଶୋଧନ) ଅଧ୍ୟାଦେଶ , ସଶକ୍ତିକରଣ ଓ ସଂରକ୍ଷଣ ଅଧ୍ୟାଦେଶ ୨୦୨୦ ର ବିରୋଧ କରାଯାଉଛି । କୃଷକଙ୍କ ସହ ଜଡ଼ିତ ତିନି ଅଧ୍ୟାଦେଶକୁ ନେଇ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ଭାରତୀୟ କୃଷକ ସଂଘର ବଡ଼ ସଂଖ୍ୟାରେ ଜଡ଼ିତ କୃଷକ ତିନି ଅଧ୍ୟାଦେଶ ବିପକ୍ଷରେ ସଂସଦ ବାହାରେ ଧାରଣା ଦେବେ । ଭାରତୀୟ କୃଷକ ୟୁନିଅନ୍ ନେତା ଗୁରନାମ ସିଂହଙ୍କ କହିବାନୁସାରେ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଓ ରାଜସ୍ଥାନର କୃଷକ ବିଧେୟକ ବିରୋଧରେ ସଂସଦ ବିରୋଧରେ ଧାରଣା ଦେବେ । ପିଆଜ ରପ୍ତାନୀ ଉପରେ ଲାଗିଥିବା ରୋକ ବିରୋଧରେ ମହାରାଷ୍ଟ୍ର କୃଷକ ଆଜି ଧାରଣା ପ୍ରଦର୍ଶନ କରିବେ । ପୋର୍ଟରେ ଥିବା ପ୍ରାୟ ୭୧୨ଟି କଣ୍ଟେନର ପିଆଜକୁ ନେଇ ଅସମଞ୍ଜସ ଚାଲିଛି । ଏହି କଣ୍ଟେନର ଗୁଡ଼ିକରେ ୧ କେଜିରୁ ନେଇ ୫୦ କେଜି ଯାଏଁ ପିଆଜ ବସ୍ତା ପ୍ୟାକିଂ ହୋଇ ରହିଛି । ଏବେ ଚିନ୍ତାର ବିଷୟ ହେଉଛି କି ପିଆଜ ରପ୍ତାନୀ ଉପରେ ବ୍ୟାନ୍ ଲାଗିବା ପୂର୍ବରୁ ରପ୍ତାନୀ ପାଇଁ ସିପମେଣ୍ଟରେ ଥିବା ପିଆଜର କ’ଣ ହେବ? ଗୋଟିଏ କଣ୍ଟେନରର ମୂଲ୍ୟ ପ୍ରାୟ ୮-୧୦ ଲକ୍ଷ ହେବ । ଯଦି କଣ୍ଟେନର ନଯାଏ , ତେବେ ରପ୍ତାନୀକାରୀଙ୍କ କ୍ଷତି ହେବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0