ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ ଭୁବନେଶ୍ୱରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏହି ଟିମରେ ଗୃହ, କୃଷି, ଜଳସଂପଦ ଆଦି ମନ୍ତ୍ରାଳୟର ଅଧିକାରୀମାନେ ରହିଛନ୍ତି । ଏହି ଟିମ ତିନିଟି ଭାଗରେ ବିଭକ୍ତ ହୋଇ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତରେ ଯିବେ । ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଆକଳନ ପରେ ସେମାନେ ଆସନ୍ତା କାଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ଏକ ବୈଠକ କରିବେ । ଗତ ଅଗଷ୍ଟ ମାସରେ ଓଡ଼ିଶାରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲା ପ୍ରଭାବିତ ହୋଇଥିଲେ । ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଯାଜପୁର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା ପ୍ରଭୃତି ଜିଲ୍ଲା । ତେବେ କ୍ଷୟକ୍ଷତିର ଆକଳନ କରିବାକୁ ଏକ କେନ୍ଦ୍ରୀୟ ଟିମ ପଠାଇବାକୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0