ନୂଆଦିଲ୍ଲୀ : ପୁଣି ଫେଲ ମାରିଲା ଆଲୋଚନା । ଅମିତ ଶାହାଙ୍କ ସହ କୃଷକଙ୍କ ଆଲୋଚନା ପୁଣି ବିଫଳ ହୋଇଛି । ମଙ୍ଗଳବାର ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କିଛି କୃଷକ ନେତା ସାକ୍ଷାତ କରିବାରେ ବିଫଳ ହୋଇଥିଲେ । ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହି ନେତାମାନେ କହିଛନ୍ତି ଯେ ସରକାରଙ୍କ ଲିଖିତ ପ୍ରସ୍ତାବ ଉପରେ ବିଚାର କରିବା ପରେ ପରବର୍ତ୍ତୀ ପଦକ୍ଷେପ ଉପରେ ନିଷ୍ପତ୍ତି ନିଆଯିବ। ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ ପହଂଚିଥିଲେ କୃଷକ ସଂଗଠନର ୧୩ ଜଣ ନେତା । ବୈଠକ ଶେଷ ହେବାପରେ ଚାଷୀନେତା ମାନେ କହିଛନ୍ତି ନୂଆ କୃଷି ଆଇନରେ କେତେକ ସଂଶୋଧନ ନେଇ ଲିଖିତ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର । ତେଣୁ ଆଜି ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ୟ୍ୟାୟ ଆଲୋଚନା ହେବନାହିଁ । ସରକାର ନୂଆ କୃଷି ଆଇନକୁ ଫେରାଇ ନେବାକଥା କହିନଥିବାରୁ ପୁଣିଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ନେତା ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0