spot_img

ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ପରଲୋକ

ମୁମ୍ବାଇ : ପ୍ରସିଦ୍ଧ ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ପରଲୋକ । ୨୮ ବର୍ଷୀୟ ଭିଜେ ଆତ୍ମହତ୍ୟ କରିଥିବା କୁହାଯାଉଛି । ତାଙ୍କ ମୃତଦେହ ଚେନ୍ନାଇ ସ୍ଥିତ ଏକ ହୋଟେଲରୁ ଉଦ୍ଧାର ହୋଇଛି । ତେବେ ସେ ନିଜର ଫିଲ୍ମ ସୁଟିଂ କରିବାପରେ ପ୍ରାୟ ରାତି ୨ଟା ୩୦ ମିନିଟରେ ହୋଟେଲକୁ ଫେରିଥିଲେ ।

ସେ ତାଙ୍କ ଭାବି ସ୍ୱାମୀ ହେମନ୍ତଙ୍କ ସହ ହୋଟେଲରେ ରହୁଥିଲେ । ଚିତ୍ରା ପାଣ୍ଡିଆନ ଷ୍ଟୋର୍ସ ସିରିଏଲରେ ଅଭିନୟ କରିଥିଲେ । ଯେଉଁଥିରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ତାଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସ ଓ ସାରା ତାମିଲ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular