spot_img

କେନ୍ଦ୍ର ନିୟନ୍ତ୍ରଣରେ ୱେବ ମିଡିଆ ଓ ଅନଲାଇନ ପ୍ଳାଟଫର୍ମ

ନୂଆଦିଲ୍ଳୀ: ଭାରତ ସରକାର ୱେବ ମିଡିଆ ପ୍ଲାଟଫର୍ମ ଓ ଅନଲାଇନ ପ୍ରଦର୍ଶିତ ଫିଲ୍ମକୁ ନିଜ ଅଧିନକୁ ନେଇଛନ୍ତି । ଯାହାଫଳରେ ସବୁ ଅନଲାଇନ ପ୍ରୋଗାମ ସୂଚନା ଓ ପ୍ରସାରଣ ଆଇବି ମନ୍ତ୍ରାଳୟ ଅଧିନରେ କରିଚାଳିତ ହେବ । ସରକାର ଆଲୋକେଶନ ଅଫ ବିଜନେସ ରୁଲ୍ସ ଅନୁସାରେ ୧୯୬୧ରେ ସଂଶୋଧନ ଅଣାଯାଇଛି । ତେବେ ଏହାର ଦ୍ୱିତୀୟ ପରିଛେଦରେ ଅତିରିକ୍ତ ଭାବେ ଦୁଇଟି ଧାରା ୨୨ଏ ଓ ୨୨ବି ଯୋଡାଯାଇଛି । ଏପରି ହେବା ଦ୍ୱାରା ଅନଲାଇନ କଣ୍ଟେଣ୍ଟ ପ୍ରୋଭାଇଡରଙ୍କ ଦ୍ୱାରା ଉପଲବ୍ଧ ଫିଲ୍ମ ଓ ଦୃଶ୍ୟ ଶ୍ରାବ୍ୟ କାର୍ଯ୍ୟକ୍ରମ ଏବଂ ନୁ୍ୟଜ ତଥା କରେଣ୍ଟ ଆଫାୟାର୍ସ ଉପରେ ସମ୍ପୂର୍ଣ୍ଣ ସରକାରୀ ନିୟନ୍ତ୍ରଣ ରହିବ । ସୂଚନା ଅନୁସାରେ, ସୁଦର୍ଶନ ଟିଭିର ବିବାଦୀୟ ‘ୟୁପିଏସସି ଜିହାଦ’ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା ବିବାଦ । ପରେ ପରେ ଏହି ବିବାଦ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା । ଏପରିସ୍ଥଳରେ ସୁପ୍ରିମକୋର୍ଟ ଅଦାଲତରେ ବିଚାର କରୁଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ନିଜ ଜବାବ ଦାଖଲ କରିଛନ୍ତି । ରାଷ୍ଟ୍ରନାଥ ରାମନାଥ କୋବିନ୍ଦ ନଭେମ୍ବର ୧୦ରେ ଏକ ଗେଜେଟ ନୋଟିଫିକେଶନ ଜାରି କରିଛନ୍ତି । ଏହି ନୋଟିଫିକେଶନ ଅନୁସାରେ, ନ୍ୟୁଜ ଏବଂ କରେଣ୍ଟ ଆଫେୟାର୍ସକୁ ଫିଲ୍ସ ବର୍ଗରେ ରଖାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular