spot_img

ଗର୍ଭାବସ୍ଥାରେ ଅନୁଷ୍କାଙ୍କ ଶୀର୍ଷାସନ, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପେଗନେନ୍ସିଙ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଫଟୋରେ ଅନୁଷ୍କା ଶୀର୍ଷାସନ କରୁଥିବାର ନଜର ଆସିଛନ୍ତି । ଏଥିରେ ତାଙ୍କୁ ସ୍ୱାମୀ ବିରାଟ କୋହଲି ସାହାର୍ଯ୍ୟ କରୁଥିବାର ନଜର ଆସିଛି । ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ ସ୍ପଷ୍ଟ ଭାବେ ନଜର ଆସୁଛି ।

ଫଟୋରେ ଅନୁଷ୍କାଙ୍କ ସହ ସ୍ୱାମୀ ବିରାଟ ମଧ୍ୟ ଅଛନ୍ତି ଓ ସେ ଖୁବ କେୟାରଫୁଲ ଭାବେ ଅନୁଷ୍କାଙ୍କ ଗୋଡ଼କୁ ସପୋର୍ଟ ଦେଉଛନ୍ତି । ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି ,‘ ଏହା ‘‘hands-down ଏବଂ ଲେଗ୍ସ ଅପ୍ ଏକ୍ସରସାଇଜ୍। ଯୋଗ ତାଙ୍କ ଜୀବନର ବଡ଼ ଅଂଶ,ତାଙ୍କ ଡାକ୍ତର ତାଙ୍କୁ କହିଛନ୍ତି ଯେ ସେ ସବୁ ଆସନ କରନ୍ତି ଯେଉଁଥିରେ ଅତ୍ୟଧିକ ଟ୍ବିଷ୍ଟ୍ କରିବା କିମ୍ବା ବହୁତ ଅଧିକ ନଇଁବା ନଥାଏ ,କିନ୍ତୁ ସଠିକ୍ ଏବଂ ଜରୁରୀ ସପୋର୍ଟ ସହ।

ଏହା ସେ ନିଜ ଯୋଗ ଗୁରୁଙ୍କ ସଂରକ୍ଷଣରେ କରିଥିଲେ ଯିଏ ସେଶନ ସମୟରେ ତାଙ୍କ ସହ ଥିଲେ। ସେ ବହୁତ ଖୁସି କାରଣ ସେ ଗର୍ଭାବସ୍ଥାରେ ମଧ୍ୟ ନିଜ ଅଭ୍ୟାସ ଜାରି ରଖିଛନ୍ତି।’ ପାଖାପାଖି ୧୨ମିନିଟରେ ଏହି ଫଟୋକୁ ୩ଲକ୍ଷରୁ ଅଧିକ ଲୋକେ ଲାଇକ୍ ଏବଂ ସେୟାର କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular