ଭଦ୍ରକ: ବୋଲେରୋ ଓ ଟ୍ରକ ଧକ୍କା ହେବା ଫଳରେ କଣ୍ଟେନର୍ ଜଳିଯାଇଛି । ଗତକାଲି ବିଳମ୍ବିତ ରାତିରେ ଏନ୍ଏଚ୍-୧୬ରେ ଥିବା ଭଦ୍ରକର ବୀଣା ପେଟ୍ରୋଲ ପମ୍ପ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ଓ ଟ୍ରକକୁ ଧକ୍କା ଦେବା ପରେ କଣ୍ଟେନର୍ ଜଳିଯାଇଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ଏକ କଣ୍ଟେନର୍(କେ ଏ ୫୨-୦୮୧୭) ମହାରାଷ୍ଟ୍ରରୁ ଭଦ୍ରକ ବାଟ ଦେଇ କୋଲକାତା ଅଭିମୁଖେ ଯାଉଥିଲା। ଏନ୍ଏଚ୍-୧୬ରେ ଥିବା ବୀଣା ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଓ ଟ୍ରକକୁ ଧକ୍କା ଦେବା ପରେ କଣ୍ଟେନର୍ ଜଳିଯାଇଥିଲା। ତେବେ ଗାଡ଼ିରେ ନିଆଁ ଲାଗିବା ଦେଖି ଚାଳକ ଓ ହେଲପର୍ ସେଥିରୁ ଓହ୍ଲାଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। କିନ୍ତୁ କଣ୍ଟେନରର ସାମ୍ନା ପଟ ଜଳିଯାଇଥିଲା। ସେଥିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗାଡ଼ିରେ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ଅନୁମାନ କରାଯାଉଛି। ଭଦ୍ରକ ଟାଉନ୍ ଥାନା ପୁଲିସ୍ ତଦନ୍ତ ଜାରି ରହିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0