ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆଜି ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। ସାଧାରଣ ପରିଷଦ ବୈଠକ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି । ବୈଠକ ପୂର୍ବରୁ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ବିରୋଧ କରିଛନ୍ତି ଗୋଟିଏ ଗୋଷ୍ଠୀ । ବିଷ୍ଣୁ ବାରିକ ଦଳ ବିରୋଧୀ କାମ କରୁଛନ୍ତି ଏବଂ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରିଛି ଗୋଟିଏ ଗୋଷ୍ଠୀ । ଏହାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ନେଇଛି । ଏପରିକି ସାଧାରଣ ପରିଷଦ ବୈଠକ ପାଇଁ ହୋଇଥିବା ମଞ୍ଚକୁ ଅନ୍ୟ ଗୋଷ୍ଠୀ ଭାଙ୍ଗି ଦେଇଛନ୍ତି। ଗଣ୍ଡଗୋଳକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, ତଦନ୍ତ ପରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ। କେହି ଶୃଙ୍ଖଳାରୁ ଊର୍ଦ୍ଧ୍ୱ ନୁହନ୍ତି। ଯିଏ ଏହାକୁ ଉଲ୍ଲଘଂନ କରିବା, ତା’ ବିରୋଧରେ ନିହାତି ଭାବେ କାର୍ୟ୍ୟାନୁଷ୍ଠାନ ନିଆଯିବ। ଏନେଇ ବିଷ୍ଣୁ ବାରିକ କହିଛନ୍ତି, ମୁଁ ବର୍ତ୍ତମାନ ଓବିସି ଅଧ୍ୟକ୍ଷ ଅଛି। ମୋର ବିଜେଡି ସହ କୌଣସି ସମ୍ପର୍କ ନାହିଁ। ମୋ ସାନଭାଇର ସାଙ୍ଗ ବିଜେଡିରେ ଏମଏଲଏ ଅଛନ୍ତି । ସେ ତା’ ଘରକୁ ଯାଇପାରିବେ। ହେଲେ ମୁଁ ବିଜେଡିରେ ମିଶି ନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0