spot_img

ଓଟିଟି ପ୍ଲାଟଫର୍ମ ପାଇଁ ମାର୍ଗଦର୍ଶିକା ଜାରି

ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଗୁରୁବାର ମାର୍ଗଦର୍ଶିକା ଜାରି କରିଛନ୍ତି ଭାରତ ସରକାର । ଏସମ୍ପର୍କିତ ସୂଚନା କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଡକର ଏବଂ ରବିଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦର୍ଶାଇଛନ୍ତି । ନୂଆ ମାର୍ଗଦର୍ଶିକା ୩ ମାସ ମଧ୍ୟରେ ଲାଗୁ କରାଯିବାର ଯୋଜନା ହୋଇଛି । ଭାରତରେ ସୋସିଆଲ ମିଡିଆ କମ୍ପାନୀଙ୍କୁ କାରବାର ଲାଗି ସ୍ୱାଗତ କରାଯାଉଛି । ସମାଲୋଚନା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି । ତେବେ ଅଭିଯୋଗକୁ ମଧ୍ୟ ଗୁରୁତ୍ୱଦେବାର ଆବଶ୍ୟକତା ରହିଥିବା ରବିଶଙ୍କର ପ୍ରସାଦ କହିଛନ୍ତି । ଭାରତରେ ହ୍ୱାଟସଆପ୍ର ୫୩ କୋଟି ୟୁଜର ଥିବାବେଳେ ଫେସବୁକ୍ ୟୁଜରଙ୍କ ସଂଖ୍ୟା ୪୦ କୋଟିରୁ ଅଧିକ ରହିଛି । ସେହିପରି ଟୁଇଟରରେ ଏକ କୋଟିରୁ ଅଧିକ ୟୁଜର ରହିଛନ୍ତି । ଦେଶରେ ସୋସିଆଲ୍ ମିଡିଆର ବ୍ୟବହାର ବଢୁଛି । ଏପରିସ୍ଥଳେ ଆପତ୍ତିଜନକ କଟେଂଟ ନେଇ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି ରବିଶଙ୍କର କହିଛନ୍ତି । ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ମାର୍ଗଦର୍ଶିକା ଜାରି ହେବା ନେଇ ପ୍ରକାଶ ଜାଭେଡକର ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏବେ ଏସବୁ ପ୍ଲାଟଫର୍ମକୁ ସେମାନଙ୍କର କାର୍ଯ୍ୟର ସୂଚନା ଦେବାକୁ ପଡିବ । ଏହା ସହିତ ସେଲ୍ଫ ରେଗୁଲେଶନ ମଧ୍ୟ ଲାଗୁ କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular