ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳଚିତ୍ର ଓ ଧାରାବାହିକ ସୁଟିଂ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି । ଧାରାବାହିକ ଏବଂ ଚଳଚିତ୍ର ସୁୁଟିଂ ସମୟରେ ମାସ୍କ ଏବଂ ସାନିଟାଇଜ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ।
ଜାଭେଦକର କହିଛନ୍ତି ଯେ, ଏହି ଶିଳ୍ପରେ ନିୟୋଜିତ ଲୋକଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁୂ ପଡ଼ିବ ଏବଂ ମାସ୍କ ପିନ୍ଧିବାକୁ ପଡ଼ିବ । କେବଳ ଯେଉଁମାନେ କ୍ୟାମାରେ ଆଗରେ ରହିବେ ସେମାନେ ଏଥିରୁ ମୁକ୍ତ କରାଯି । ଏହା ମେକ୍ଅପ ଆର୍ଟିିଷ୍ଟ ଏବଂ ହେୟାର ଷ୍ଟାଇଲିଷ୍ଟମାନଙ୍କୁ ପିପିଇ କିଟ ପିନ୍ଧିବାକୁ ପଡ଼ିବ । ଏଥି ସହିତ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡ଼ିବ । ସଂକ୍ରମଣକୁ ରୋକିବା ପାଇଁ ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ, ସହ ୬ ଫୁଟର ସାମାଜିକ ଦୂରତା ଅବଲମ୍ବନ କରିବାପାଇଁ ଏସଓପିରେ କୁହାଯାଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0