ହିଞ୍ଜିଳି: ବାଲି ଚୋରା ଚାଲାଣକୁ ବିରୋଧ କରି ଏବଂ ପୋଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ହିଞ୍ଜିଳି ଥାନା ସମ୍ମୁଖରେ ଧାରଣା ଦେବା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏପରିକି ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା । ସୂଚାନ ମୁତାବକ, ପୂର୍ବରୁ ଚୋରା ଚାଲାଣ ସମୟରେ ଗଞ୍ଜାମ ଜିଲ୍ଳାର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ୩ଟି ଟ୍ରକ, ଗୋଟିଏ ଟାକ୍ଟର, ଓ ଦୁଇଟି ବାଇକ୍ ଲୋକେ ଜାଳିଦେଇଥିଲେ । ଏହି ମାମଲାରେ ପୋଲିସ ୬ଜଣଙ୍କୁ ଥାନାରେ ଅଟକ ରଖିଛି । ଗତ ୨୧ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମ ପାଖରେ ଥିବା ଋଷିକୂଲ୍ୟା ନଦୀରୁ କେତେକ ଲୋକ ନିଜର ଟ୍ରକ ଓ ଟ୍ରାକ୍ଟର ଜରିଆରେ ବାଲି ଚୋରାଚାଲାଣ କରୁଥିଲେ । ଏ ନେଇ ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବାଲି ଚୋରାଚାଲାଣ କରୁଥିବା ଲୋକଙ୍କୁ ବିରୋଧ କରିଥିଲେ । ମାତ୍ର ଚୋରାଚାଲାଣକାରୀ ଏହାକୁ ମାନି ନଥିଲେ । ଫଳରେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଗ୍ରାମବାସୀ ୩ଟି ଟ୍ରକ ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ପୋଡିଦେଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0