ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରର ଷ୍ଟେସନ ପଡ଼ାରେ ରହୁଥିବା ସୋନୁ ଘୋଷଙ୍କ ଘରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗି ୨ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ସୋନୁ ଘୋଷଙ୍କ ପତ୍ନୀ ପ୍ରିୟା ଘୋଷ ଓ ଭଡ଼ାରେ ରହୁଥିବା ପାଖ ପଡ଼ୋଶୀ ମମତା ପାତ୍ର। ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଦୁର୍ଘଟଣା ଆଜି ସକାଳ ୬ଟାରେ ଘଟିଥିଲା। ନିଆଁ ପୂଜାଘର, ରୋଷେଇ ଘର ଓ ବେଡ଼ ରୁମରେ ଲାଗିଥିଲା। ରୋଷେଇ ଘରେ ଥିବା ଫ୍ରିଜ, ପଙ୍ଖା, ବେଡ଼ ରୁମର ସୋଫା, ଆଲମାରି ଓ କପଡା ଆଦି ଜଳି ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଛି। ଘଟଣାର ଅନୁସନ୍ଧାନ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି। ଟିମ ଆସିଲେ ସେମାନେ ଅନୁସନ୍ଧନ କରିବାରେ ସହଯୋଗ କରିବେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0