ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ଆରମ୍ଭ ହୋଇଛି ଓଲଆଉଟ ଅପରେସନ । ଆଜି ପୁଣି ଜାମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଦୁଇ ଆତଙ୍ଗବାଦୀକୁ ନିହତ କରିଛି ଭାରତୀୟ ସେନା । ଏନେଇ ସମୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲୁଅଛି ବୋଲି ପୁଲିସ ସ୍ଫଷ୍ଟ କରିଛି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଜାମ୍ମୁ ଓ କାଶ୍ମୀର ପୁଲିସ ମେଲହୁରାରେ ନିରାପତ୍ତା ବଳ ‘କର୍ଡନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହି ସମୟରେ ସୁରକ୍ଷା ବଳଙ୍କ ଉପରକୁ ହଠାତ ଗୁଳି ଚାଳନା କରିଥିଲେ । ଏହାର ଜାବାବରେ ସୁରକ୍ଷା ବଳଙ୍କ ପଟୁ ମଧ୍ୟ ଗୁଳି ଚାଳନା ହୋଇଥିଲା । ତେବେ ଏଥିରେ ୨ ଜଣ ଆତଙ୍ଗବାଦୀ ନିହତ ହୋଇଥିଲେ । ମୃତ ଆତଙ୍ଗବାଦୀଙ୍କ କୌଣସି ପରିଚୟ ମିଳି ନାହିଁ ବୋଲି ପୁଲିସ ସ୍ଫଷ୍ଟ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0