spot_img

ବିଜୟୱାଡା କୋଭିଡ୍ କେୟାର୍ ସେଣ୍ଟରରେ ଅଗ୍ନିକାଣ୍ଡ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଥିବା କୋଭିଡ଼୍ କେୟାର ସେଣ୍ଟରରେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗ ଠିକ୍ ସମୟରେ ପହଞ୍ଚି ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲା । ହୋଟେଲରେ ଫସିଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା । ନିଆଁ ଆୟତ୍ତ ହେବା ପରେ ପୁରା ବିଲଡିଂକୁ ଖାଲି କରି ଦିଆଯାଇଛି । ସର୍ଟ ସର୍କିଟ୍ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଘଟିବା ସମୟରେ ସେଠାରେ ପ୍ରାୟ ୩୦ କରୋନା ରୋଗୀଙ୍କ ସହ ୧୦ ଜଣିଆ ଡାକ୍ତରୀ ଟିମ୍ ଥିଲା । ଏହି ଅଗ୍ନିକାଣ୍ଡରେ ଆହତ ହୋଇଥିବା ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଜୟୱାଡା ପୁଲିସ କମିଶନର ଶ୍ରୀନିବାସୁଲୁ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି । ନିଆଁକୁ ଆୟତ କରିବା ପାଇଁ ବର୍ତ୍ତମାନ ଚାରିଟି ଅଗ୍ନିଶମ ବିଭାଗ ଗାଡ଼ି ଘଟଣାସ୍ଥଳରେ ଅଛି । ଆହତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ସମେତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular