spot_img

ଦେଶରେ ରେକର୍ଡ ଭାଙ୍ଗୁଛି ମହାମାରୀ କରୋନା

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଚାଲିଛି । ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅଗଷ୍ଟ ୯ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧,୫୩,୦୧୧ ଜଣ କରୋନା ଭାଇରସ୍ ଆକ୍ରାନ୍ତ ଥିବା ସୂଚନା ମିଳିଛି । ୨୪ ଘଣ୍ଟାରେ ସର୍ବାଧିକ ୬୪, ୪୦୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୦୮୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୩୩୭୯ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ଜଣାପଡ଼ିଥିବା ୬୪,୪୦୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୮୭୪୭ ରହିଛି। ୨୪ ଘଣ୍ଟାରେ ୮୬୧ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଗତକାଲି ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧ ହଜାର ୫୩୭ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୦ ଲକ୍ଷ ୮୮ ହଜାର ୬୧୨କୁ ବୃଦ୍ଧି ପାଇଥିଲା।
ଏହା ସହ ମୋଟ୍ ଆରୋଗ୍ୟ ହାର ୬୮.୩୨ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦେଶରେ ୬ ଲକ୍ଷ ୧୯ ହଜାର ୦୦୮ ସକ୍ରିୟ ମାମଲା ରହିଥିବା ବେଳେ ମୃତ୍ୟୁହାର ମଧ୍ୟ ୨.୦୪ ପ୍ରତିଶତକୁ କମିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular