spot_img

ଦିଲ୍ଲୀର ମାସ୍କ ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ମାସ୍କ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ । ଆଜି ସକାଳୁ ଦିଲ୍ଲୀର ମାୟାପୁରୀରେ ଏକ ମାସ୍କ ଉତ୍ପାଦନ ୟୁନିଟରେ ଅଗ୍ନିକାଣ୍ଡ ଘଟିଛି । ତିନି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି ଯେ , ସକାଳ ପ୍ରାୟ ୩.୫୦ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ କରିଥିଲେ । ଅଗ୍ନିଶମ କର୍ମଚାରୀମାନେ କାରଖାନାର କବାଟ ଭାଙ୍ଗି ତିନି ଜଣଙ୍କୁ ଉଦ୍ଧାର କରିଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଚେତାଶୂନ୍ୟ ହୋଇପଡିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଡିନ୍ ଦିନଲ ଉପାଧ୍ୟାୟ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତ ବ୍ୟକ୍ତିଙ୍କ ନାଁ ଜୁଗାଲ କିଶୋର ବୋଲି ଜଣା ପଡିଥିବା ବେଳେ ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ନାମ ଆମାନ ଅନସାରୀ, ଏବଂ ଫେରୋଜ ଅନସାରୀ ବୋଲି ଜରାପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ପାଦନ ୟୁନିଟର ତୃତୀୟ ମହଲାରେ ମେସିନ୍ ଏବଂ କଞ୍ଚାମାଲରେ ନିଆଁ ଲାଗିଯିବା ପରେ ଏହି ଦୁର୍ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular