ଅନୁଗୋଳ : ହାତୀ ନେଲା ଜୀବନ । ହାତୀ ଆକ୍ରମଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ । ମୃତ ବାଳକ ଜଣଙ୍କ ହେଲେ ଶ୍ରୀକାନ୍ତ ରାଉତ । ତାଙ୍କ ବୟସ ୧୨ ବର୍ଷ । ଆହତ ବାଳକ ଜଣଙ୍କ ହେଲେ ଚନ୍ଦନ ସାହୁ । ତାଙ୍କ ବୟସ ୧୪ ବର୍ଷ । ତାଙ୍କୁ ଘରଲୋକ ପ୍ରଥମେ କଣିହାଁ ଓ ପରେ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚନ୍ଦନର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0