ଗୁଜୁରାଟ: ସୁରଟ ଜିଲ୍ଲାର ପାଲସାନା ଅଞ୍ଚଳରେ ଥିବା ପ୍ରିଣ୍ଟିଂ-ଡାଇଙ୍ଗ ମିଲରେ ଗୁରୁବାର ଦିନ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ବିଦ୍ୟୁତ ସର୍ଟ ସର୍କିଟ୍ ହେତୁ ଗୁରୁବାର ସକାଳେ ସୌମ୍ୟ ଡାଇଙ୍ଗ୍ ଏବଂ ପ୍ରିଣ୍ଟିଂ ମିଲ୍ରେ ନିଆଁ ଲାଗି ଯାଇଥିଲା। ପରେ ମିଲ ଭିତରେ ନିଆଁ ଚାରିଆଡ଼କୁ ବ୍ୟାପିଟିବା ପରେ ସେଠାରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡରରେ ବିସ୍ଫୋରଣ ହୋଇଥିଲା । ୧୦୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ମହଲା ବିଶିଷ୍ଟ ଏହି ମିଲରେ ବିପୁଳ ପରିମାଣର ଜଳନଶୀଳ ସାମଗ୍ରୀ ମହଜୁଦ୍ ଥିବାରୁ ସେସବୁ ନିଆଁରେ ଦ୍ରୁତ ଗତିରେ ଭସ୍ମୀଭୂତ ହୋଇଯାଇଥିଲା। ମିଲରେ କାର୍ଯ୍ୟରତ ଥିବା ତିନି ଜଣ ଶ୍ରମିକଙ୍କ ଜଳିଯାଇଥିବା ମୃତଦେହକୁ ମିଲର କୋଠାରୁ ବାହାର କରି ଦିଆଯାଇ ଥିବାବେଳେ ଅନ୍ୟ ପ୍ରାୟ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0