ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆଗାଁ ଚତୁରୀ ସାହିରେ ଧାନ ଖଳାରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ ହୋଇଛି। ଏଥିସହ ଧାନ ଅମଳ ମେସିନ ମଧ୍ୟ ପୋଡି ନଷ୍ଟ ହୋଇ ଯାଇଛି। ଗ୍ରାମର ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଧାନ ବିଡା ଅମଳ ପାଇଁ ଉକ୍ତ ଚତୁରୀରେ ରଖାଯାଇଥିଲା । କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବାରୁ ଏପରି ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ବର୍ଷ ସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିଥିବା ଚାଷୀଙ୍କ ବର୍ଷକର ଆହାର ଏବେ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି। ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0