spot_img

ଦେଶର ୨୪ ଘଣ୍ଟାରେ ୮୬୯୬୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ହେବ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୯୦ ହଜାର ପାର କରୁଥିବା ବେଳେ ଆଜି ସାମାନ୍ୟ ଆସ୍ୱସ୍ଥି ମିଳିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୮୬ ହଜାର ୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁ ଦିନ ପରେ ଦେଶର କରୋନା ପରିସଂଖ୍ୟନ ସାମାନ୍ୟ ତଳକୁ ଖସିଛି । ଏହା ସହିତ ଗତ ୨୪ ଘଣ୍ଟାରେ ୯୩୩୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୧୧୩୦ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୁଚନା ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୮୭ ହଜାର ୫୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦ ଲକ୍ଷ ୩ ହଜାର ୨୯୯ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୭ ହଜାର ୮୮୨ ରେ ପହଞ୍ଚିଛି । ଏହା ସହିତ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୩ ଲକ୍ଷ ୯୬୩ ହଜାର ୯୯ ରେ ପହଞ୍ଚିଛି । ତେବେ ସବୁଠୁ ଆସ୍ୱସ୍ଥିକର ଖବର ହେଉଛି, ଆରୋଗ୍ୟ ହାରରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି ଭାରତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular