ଯାଜପୁର : ଏବେ ସାରା ରାଜ୍ୟରେ କରୋନା ସଙ୍ଗକୁ ଦେଖାଦେଇଛି ବନ୍ୟା ପରିସ୍ଥିତି । ଏଠି ସେଠି ସବୁଠି ନିଜର ଉପସ୍ଥିତି ଜାହିର କରି ବିପନ୍ନ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଅଗ୍ନିଶମ ଓ ଏନ୍ଡିଆରଏଫ୍ ଟିମ୍ । ତେବେ ଆଜି ଯାଜପୁର ଜିଲ୍ଲା ବରି ଅଞ୍ଚଳରେ ଦେବଦୂତ ପାଲଟି ଅଗ୍ନିଶମ କର୍ମଚାରୀମାନେ ପାଣି ଘେରରେ ଫସିଥିବା ଛଅ ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ଆଉ ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ଭିତରେ ଗୋଟିଏ ନବଜାତ ଶିଶୁ ରହିଛି । ଯାହାକୁ ନିଜ କୋଳରେ କୋଳେଇ ନେଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଛନ୍ତି ବରି ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ । ସେମାନଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏନେଇ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0