ଚ୍ୟାନେଲ ସେଭେନ୍ କ୍ରିକେଟ ଅଷ୍ଟ୍ରେଲିଆ ସାଥିରେ ୨୦୧୮ରେ ଛଅ ବର୍ଷ ପାଇଁ ୪୫ କୋଟି ଡଲାରରେ ଚୁକ୍ତି କରିଥିଲା । କିନ୍ତୁ କୋଭିଡ଼୍ ପାଇଁ କାର୍ଯ୍ୟକ୍ରମ ଅସ୍ତବ୍ୟସ୍ତ ହୋଇଯାଇଛି । ଏବେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବା ନେଇ ପ୍ରସାରଣ ସଂସ୍ଥା ଚିନ୍ତିତ ଅଛନ୍ତି । କାରଣ ଯାତ୍ରା ପ୍ରତିବନ୍ଧ ପାଇଁ ଅନ୍ତରାଷ୍ଟ୍ରୀୟ ଖେଳାଳୀ ବିଗ୍ ବ୍ୟାଶ୍ ଲିଗ୍ (ବିବଏଲ)ରେ ନଖେଳି ପାରିବା ସମ୍ଭାବନା ଅଛି । ବୋର୍ଡ କାର୍ଯ୍ୟକ୍ରମରେ ଏବେ ବି ଭାରତ ବିପକ୍ଷରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ, ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ, ପୁରୁଷ ଓ ମହିଳା ବିଗ୍ ବ୍ୟାଶ୍ ଟୁର୍ଣ୍ଣାମେଣ୍ଟଟ ମଧ୍ୟ ସାମିଲ ଅଛି । ବର୍ତ୍ତମାନ ଯାତ୍ରା ପ୍ରତିବନ୍ଧ ହେତୁ ସ୍ଥିତି ସ୍ପଷ୍ଟ ହେବା ପରେ ଏଥିରେ ପରିବର୍ତ୍ତନ କରାଯାଇପାରେ । ଚ୍ୟାନେଲ ସେଭେନର ମୁଖ୍ୟ କାର୍ଯ୍ୟକାରୀ ଜେମସ ୱାରବର୍ଟନ ଗୁଣବତ୍ତାକୁ ସଂଖ୍ୟା ସମାନ ମହତ୍ତ୍ୱ ଦେଇ ଗୁଣବତ୍ତା ଦାୟିତ୍ୱ ସର୍ବୋପରେ ବୋଲି କହିଛନ୍ତି । ଯଦି ଏମିତି ହୋଇନଥାନ୍ତା ତେବେ ଆମର ସବୁ ବିକଳ୍ପ ଉପରେ ବିଚାର କରିବା ପାଇଁ ବାଧ୍ୟ ହୋଇଥାଆନ୍ତୁ । ଯେଉଁଥିରେ ଅନୁବନ୍ଧ ସମାପ୍ତ ହେବା ମଧ୍ୟ ସାମିଳ ଅଛି । ଏପରି ସ୍ଥିତିରେ କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ନିକ ହକଲେ ବୈଶିକ ସ୍ଥିତିକୁ ଦେଖି ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମ ଘୋଷଣା କରିବା ଏକ ଆହ୍ୱାନ ବୋଲି କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0