କରୋନାକୁ ନେଇ ଋୁଷରୁ ଆସିଥିବା ଖବର କିଛିଟା ଆଶ୍ୱସ୍ତି ଆଣିଦେଇଛି । ଋଷିଆର ସେଚେନୋଭ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏଲ ସଫଳତାର ସହ ଶେଷ କରିଥିବା ଦାବି କରିଛି । କ୍ଲିନିକାଲ ଟ୍ରାଏଲ ଅର୍ଥାତ ଗୋଟିଏ ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ ଜୀବଜନ୍ତୁଙ୍କ ଦେହରେ ପ୍ରୟୋଗ କରାଯାଏ । ଏଥିରୁ ସକରାତ୍ମକ ସୂଚନା ମିଳିଲେ ଏକ ନିର୍ଦ୍ଦିଷ୍ଟ ମାନବଗୋଷ୍ଠୀ ଉପରେ ପ୍ରୟୋଗ କରାଯାଏ । ଯଦି ସେମାନଙ୍କ ଠାରେ ଏହା ସଫଳ ହୁଏ ବା ଭୂତାଣୁ ସହ ଲଢିବା ପାଇଁ ଆଂଟିବଡି ପ୍ରସ୍ତୁତ ହୁଏ ତାକୁ ସଫଳ କ୍ଲିନିକାଲ ଟ୍ରାଏଲ କୁହନ୍ତି ।
ମସ୍କୋରେ ଏହି କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା କୁହାଯାଇଛି । ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ ପ୍ରଥମ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି । ମସ୍କୋର ସବୁଠୁ ବଡ ଡାକ୍ତରୀ ବିଶ୍ୱବିଦ୍ୟାଳୟରେ ଏହି ଟିକାର ସଫଳ ପ୍ରୟୋଗ କରଯାଇଥିବା ଦାବି କରାଯାଉଥିବାରୁ କରୋନା ଲଢେଇ ଭିତରେ ନୂଆ ଆଶା ତିଆରି ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମ ବି ଏହି ଖବରକୁ ବେଶ ଗୁରୁତର ସହ ନେଇଛନ୍ତି । ଗାମାଲିଆ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାଇକ୍ରୋ-ବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଟିକାର ସଫଳ ପରୀକ୍ଷଣ ମସ୍କୋରେ ହୋଇଥିବା କୁହାଯାଉଛି । ସବୁଠାରୁ ବଡ କଥା ହେଉଛି, ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ବିଶେଷଜ୍ଞ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0