spot_img

ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୪ ଓ୍ୱିକେଟରେ ହରାଇଲା ଓ୍ୱେଷ୍ଟ ଇଣ୍ଡିଜ୍

ସାଉଥ।ମ୍ପଟନ ୧୩।୦୭: ରୋଜ ବାଉଲ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ୱିକେଟ୍ରେ ପରାସ୍ତ କରିଛି କାରବିଆନ୍ ଟିମ୍। ଯୁବ ବ୍ୟାଟସମ୍ୟାନ୍ ଜେର୍ମିନ ବ୍ଲାକଉଡଙ୍କ ଲଢୁଆ ୯୫ ରନ୍ ବଳରେ ଭ୍ରମଣକାରୀ ଇଣ୍ଡିଜ୍ ପାଇଁ ବିଜୟ ସମ୍ଭବ ହୋଇଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୧୩ ରନ୍ କରି ଅଲ୍ ଆଉଟ୍ ହେବା ସହ ମୋଟ୍ ୧୯୯ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ଜବାବରେ ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ଟାର୍ଗେଟ୍ ପୁରା କରିନେଇଥିଲା । ୨୦୦ ରନ୍କୁ ପିଛା କରିଥିବା ଇଣ୍ଡିଜ ୨୭ ରନରେ ୩ ୱିକେଟ୍ ହରାଇ ଦେଇଥିଲେ ମଧ୍ୟ ବ୍ଲାକଉଡଙ୍କ ସାହସିକ ତଥା ଧୈର୍ୟ୍ୟପୂର୍ଣ୍ଣ ପାଳି ଓ ଦୁଇଟି ଗୁରୁତ୍ବପୂର୍ଣ୍ଣ ଭାଗୀଦାରି ବଳରେ ଦଳ ବିଜୟ ପାଇଥିଲା ।  ରବିବାର ଇଂଲଣ୍ଡ ଏହାର ଦ୍ବିତୀୟ ପାଳିକୁ ୨୮୪/୮ରୁ ଖେଳି ଶେଷ ଦୁଇ ୱିକେଟ୍ ହରାଇବା ପୂର୍ବରୁ ଆଉ ୨୯ ରନ୍ ଯୋଡ଼ି ନେଇଥିଲା। ଦୁଇ ଅପରାଜିତ ବ୍ୟାଟସମ୍ୟାନ୍ ଜୋଫ୍ରା ଆର୍ଚର (୨୩, ୩୫ ବଲ, ୪ ଚୌକା) ଏବଂ ମାର୍କ ଉଡ୍ (୨)ଙ୍କୁ ୱିକେଟ୍ ପଛପଟେ ସନ୍ ଡାଓରିଚଙ୍କ ଦ୍ବାରା କ୍ୟାଚ୍ କରାଇ ସାନନ୍ ଗାବ୍ରିଏଲ୍ ନିଜ ୫ ୱିକେଟ୍ ସଫଳତା ଅର୍ଜନ କରିଥିଲେ। ପ୍ରଥମ ପାଳିରେ ୪ ୱିକେଟ୍ ନେଇଥିବାରୁ ମ୍ୟାଚରେ ଗାବ୍ରିଏଲ୍ ୯/୧୩୭ ବୋଲିଂ ସହ ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଇଂଲଣ୍ଡ ଦ୍ବିତୀୟ ପାଳି ୩୧୩ ରନରେ ସୀମିତ ରହିଯିବାରୁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୨୦୦ ରନ୍ ବିଜୟ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular