ନବରଙ୍ଗପୁର : ଉମରକୋଟ ପୌରାଞ୍ଚଳର ବହୁ ସମସ୍ୟା ଓ ସେଗୁଡ଼ିକର ସମାଧାନ ପାଇଁ ଦାବିପତ୍ର ପ୍ରଦାନ । ଜାତୀୟ କଂଗ୍ରେସ ଦଳ ତରଫରୁ ଏକ ଦାବିପତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଉମରକୋଟ ପୌରାଞ୍ଚଳରେ ବିଭିନ୍ନ ସମସ୍ୟାର ସମାଧାନ ସକାଶେ ବାରମ୍ବାର ପ୍ରଶାସନ ନିକଟରେ ଦାବି ହୋଇଆସୁଥିଲା । ହେଲେ ସେଥିପ୍ରତି କେହି କର୍ଣ୍ଣପାତ ନକରିବାରୁ କଂଗ୍ରେସ ଦଳ ନିଜ କଂଗ୍ରେସ ଭବନରୁ ବାହାରି ପଦଯାତ୍ରା କରି ସହର ପରିକ୍ରମା କରି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉମରକୋଟକୁ ଘୋଷଣା କରାଯାଇଥିବା ସବଡ଼ିଭିଜନ ମାନ୍ୟତା, ପରିମଳ ବ୍ୟବସ୍ଥାର ସୁଧାର ଓ ଅନ୍ୟ ବହୁ ଦାବି ଉଲ୍ଲେଖ କରାଯାଇଛି । ଏଥିରେ କଂଗ୍ରେସ ରାଜ୍ୟ ସଦସ୍ୟ ତପନ ଦେବନାଥ, ପୁର୍ବତନ କାଉନସିଲର ମୁନା ପାଢୀଙ୍କ ସମେତ ବହୁ କଂଗ୍ରେସ କର୍ମି ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0