ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧୀନସ୍ଥ ପାରୁଆ ପଞ୍ଚାୟତ ର ମହୁଭଟା ଗ୍ରାମର ଆଶାରାମ ଗଣ୍ଡ ଗୁରୁବାର ଦିନ ଗୋନା ସାପ୍ତାହିକ ହାଟକୁ ଯାଇଥିଲେ । ହାଟରୁ ସନ୍ଧ୍ୟା ସମୟ ଫେରିବା ବାଟରେ ଗୋନା ରାଇଘର ମୁଖ୍ୟ ରାସ୍ତା ର ଭାର୍ଶୁଣ୍ଢି ମୁଖ୍ୟ ରାସ୍ତାରେ ହଟାତ୍ ୪ ଜଣ ଦୂର୍ବୁର୍ତ୍ ଆଶାରାମଙ୍କୁ ଛୁରୀ ଦେଖେଇ ବ୍ୟବସାୟୀ ଙ୍କୁ ଭୟଭୀତ କରାଇ ଆଶାରାମ ମଟରସାଇକେଲ ରେ ବାନ୍ଧିଥିବା ସୁନା ରୂପା ଗହଣା ବାକ୍ସ କୁ ଲୁଟି ନେଇଥିଲେ । ଚାରିଜଣ ଦୂର୍ବୁତ୍ ମୁଖା ବାନ୍ଧି ଥିବାରୁ ସେ କାହାକୁ ଚିହ୍ନି ପାରିନଥିଲେ । ଏ ବିଷୟରେ ସେ ରାଇଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଇଘର ଥାନା ଅଧିକାରୀ ଶ୍ରୀ ଅଭୟ କୁମାର ବେହେରା ଗୁରୁତ୍ବ ଦେଇ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0