ମନାଲି : ସୁସାନ୍ତ ସିଂ ମୃତ୍ୟୁ ମାମଲା ହେଉ କିମ୍ବା ଚାଷୀ ଆନ୍ଦୋଳନ ମାମଲା , ସମସ୍ତ ବିବାଦୀୟ ଘଟଣା ଉପରେ ନିଜର ଖୋଲା ମନ୍ତବ୍ୟକୁ ରଖି ବଲିଉଡ଼ର ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ ଚର୍ଚ୍ଚାରେ ରହି ଆସନ୍ତି। ବର୍ତ୍ତମାନ ସେ ମନାଲିରେ ନିଜର ଘର ତିଆରି କରିବା ପରେ ସେ ସେଠାରେ କ୍ୟାଫେ ଓ ରେସ୍ତୋରାଁ ଖୋଲିବେ। କଙ୍ଗନା ଏଠାରେ ନିଜର ପ୍ରଥମ କ୍ୟାଫେ ଓ ରେସ୍ତୋରାଁ ଖୋଲିବେ। ମଙ୍ଗଳବାର ଦିନ ସେ ମନାଲି ନିକଟରେ ରେସ୍ତୋରାଁ ପାଇଁ ଜାଗା ଦେଖିଛନ୍ତି। ନିଜ ଭଉଣୀ ଓ ଟିମ ସହ ଯାଇ ସେ ଜାଗା ଦେଖିଛନ୍ତି। ଖୁବ ଶୀଘ୍ର କ୍ୟାଫେ ନିର୍ମାଣ କାମ ଆରମ୍ଭ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ, କଙ୍ଗନା ମନାଲିରେ ଘର ତିଆରି କରିଛନ୍ତି। ତାଙ୍କ ଘର ୩୦ କୋଟି ଟଙ୍କାର ବୋଲି କୁହାଯାଉଛି। କଙ୍ଗନା ଏଠାରେ ୧୦ କୋଟି ଟଙ୍କାରେ ଜମି କିଣିଥିଲେ ଓ ପରେ ଘର ତିଆରି କରିଛନ୍ତି। ଘର ତିଆରି କରିବାରେ ସେ ୨୦ କୋଟି ଖର୍ଚ୍ଚ କରିଛନ୍ତି ବୋଲି କୁହାଯାଉଛି। କଙ୍ଗନାଙ୍କ ଏହି ଲଗ୍ଜରୀ ବଙ୍ଗଳାରେ ୮ଟି ବେଡରୁମ ଅଛି। ତାଛଡା ଡାଇନିଂ ରୁମ, ଫାୟାର ପ୍ଲେସ, ଜିମ, ଯୋଗ ରୁମ ମଧ୍ୟ ଅଛି।
୧୯୮୭ ମସିହା ମାର୍ଚ୍ଚ ୨୩ରେ ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲା ସୁରଜପୁରରେ ଜନ୍ମ ହୋଇଥିବା କଙ୍ଗନା ୨୦୦୬ ମସିହାରେ ବଲିଉଡ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ‘ଫ୍ୟାସନ୍’, ‘ୱୋ ଲହ୍ମେ’, ‘ଲାଇଫ୍ ଇନ୍ ମେଟ୍ରୋ’, ‘ୱାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ’, ‘ତନୁ ୱେଡ୍ସ ମନୁ’, ‘କ୍ୱିନ୍’, ‘ମଣିକର୍ଣ୍ଣିକା’ ଭଳି ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0